Latest Odisha News

BREAKING NEWS

ହାଇସ୍କୁଲରେ ଛାତ୍ରୀ ଅସୁସ୍ଥ ହୋଇ ଚିକିତ୍ସତ ହେବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ

ବଲାଙ୍ଗିର: ସ୍କୁଲ୍‌ରେ ବିଳମ୍ବରେ ପହଞ୍ଚିବାରୁ ଛାତ୍ରୀଙ୍କୁ ଉଠ୍‌ବସ୍‌ କରାଇଲେ ଶିକ୍ଷକ। ଫଳରେ ୭ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି । ବଲାଙ୍ଗିର ପାଟଣାଗଡ ବାପୁଜି ହାଇସ୍କୁଲରୁ ଏଭଳି ଅଭିଯୋଗ ଆସିଛି ।

ଛାତ୍ରୀ ଅସୁସ୍ଥ ହୋଇ ଚିକିତ୍ସିତ ହେବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଘଟଣା ସମ୍ପର୍କରେ ପୁଂଖାନୁପୁଂଖ ତଦନ୍ତ ପାଇଁ ପାଟଣାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସାଦ ମାଝିଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ସ୍କୁଲକୁ ବିଳମ୍ବରେ ଆସିବାରୁ ଛାତ୍ରୀମାନଙ୍କୁ ଶିକ୍ଷକ ଦଣ୍ଡ ସ୍ୱରୁପ ଉଠ ବସ କରିବାକୁ କହିଥିବା ଅଭିଯୋଗ ହୋଇଛି । ଫଳରେ ୧୧ଜଣ ଛାତ୍ରୀ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ଜଣ ଛାତ୍ରୀଙ୍କୁ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସକାଳୁ ଛାତ୍ରୀ ମାନେ ସ୍କୁଲକୁ ବିଳମ୍ବରେ ପହଞ୍ଚିବାରୁ ସ୍କୁଲର ଜଣେ ଶିକ୍ଷକ ଛାତ୍ରୀଙ୍କୁ କାନ ଧରି ଉଠ୍ ବସ ହେବାକୁ କହିଥିଲେ । ଏହା ପରେ ଗୋଟିଏ ପରେ ଗୋଟିଏ ଛାତ୍ରୀ ମୁର୍ଛା ହୋଇ ସେହି ସ୍ଥାନରେ ପଡିଯାଇଥିଲେ । ସମୁଦାୟ ୧୧ ଜଣ ଛାତ୍ରି ମୁର୍ଛା ହୋଇଥିବା ବେଲେ ୭ ଜଣ ଛାତ୍ରୀ ଅତି ଗୁରୁତର ହେବାରୁ ତାଙ୍କୁ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କିଛି ଛାତ୍ରୀଙ୍କୁ ମଧ୍ୟ ଅକ୍ସିଜେନ୍ ଦିଆଯାଇଛି । ଦଣ୍ଡମୁକ୍ତ ଅଂଚଳ ରେ ଦଣ୍ଡ ଦେବା କେତେ ସମିଚିନ ତାହା ପ୍ରଶ୍ନ ସୃଷ୍ଟି କରିଛି । ସେପଟେ ଜଣେ ଶିକ୍ଷୟତ୍ରୀ ଦୁଇ ପ୍ରକାର ପ୍ରତିକ୍ରିୟା ଦେଇ ଘଟଣାକୁ ଏଡାଇବାକୁ ପ୍ରୟାସ କରିଛନ୍ତି ।

Leave A Reply

Your email address will not be published.