ସମସ୍ତେ ନିଜ ଜନ୍ମଦିନକୁ ଧୁମ୍ଧାମ୍ରେ ପାଳନ କରନ୍ତି । କେହି କେହି ଏହାକୁ ନିଆରା ଢଙ୍ଗରେ ମଧ୍ୟ ପାଳନ କରିଥାନ୍ତି । ହେଲେ ଏମିତି ଜଣେ ଯୁବତୀ ଯିଏ ନିଜ ଜନ୍ମଦିନକୁ ଅନ୍ତିମ ସଂସ୍କାର ଢଙ୍ଗରେ ପାଳନ କରିଛନ୍ତି । ଆଉ ଏଠାକୁ ନିମନ୍ତ୍ରିତ ହୋଇଥିବା ଅତିଥିମାନେ କଳା ଡ଼୍ରେସ ପିନ୍ଧିବା ସହ କଳା କେକ୍ ବି କାଟିଛନ୍ତି ।
ସାଧାରଣତଃ ଜନ୍ମଦିନ ସାଙ୍ଗମାନଙ୍କ ସହିତ ଗୀତ ଏବଂ ନାଚ ଦ୍ୱାରା ପାଳନ କରାଯାଏ । କିନ୍ତୁ ହେଲି ହର୍ନମ୍ ନାମକ ଜଣେ ଯୁବତୀ ତାଙ୍କର ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ତାଙ୍କୁ ଏବେ ୨୧ ବର୍ଷ ବୟସ ହୋଇଥିବାରୁ ବିଗତ ୨୦ ବର୍ଷର ବିଦାୟ ଦେବା ପାଇଁ ଏହି ଅନ୍ତିମ ସଂସ୍କାର ଥିମ୍ ବାଛିଥିଲେ । ହେଲି ହର୍ନମ୍ ତାଙ୍କ ଜନ୍ମଦିନ ପାର୍ଟିକୁ କୌଣସି ଆକର୍ଷଣୀୟ କରି ନ ଥିଲେ । ସବୁକିଛି ଅନ୍ତିମ ସଂସ୍କାର ଭଳି କରାଯାଇଥିଲା । ଏଠାରେ ସାଜସଜ୍ଜାରେ ଖପୁରୀ ଝୁଲୁଥିଲା । ହେଲି ନିଜକୁ କଳା ଡ଼୍ରେସ ପିନ୍ଧି ମଡ଼େଲ ପରି ସଜେଇ ହୋଇଥିଲେ । ବ୍ୟାନରେ ଜନ୍ମଦିନର ଶୁଭେଚ୍ଛା ବଦଳରେ ଲେଖା ଯାଇଥିଲା ‘ଡ଼େଥ୍ ଟୁ ମାଇଁ ଟ୍ୱେଣ୍ଟି’ । ଲୋକମାନେ ସାଧାରଣତଃ ପାର୍ଟିରେ ଚକୋଲେଟ୍ ହେଉ ବା ଭାନିଲା, ଷ୍ଟ୍ରବେରୀ ଆଦି ଫ୍ଲେବରର କେକ୍ କାଟିଥାନ୍ତି । କିନ୍ତୁ ଏଠାରେ ଘଟଣା ଥିଲା ପୁରା ଭିନ୍ନ । ଏଠାରେ ଏକ କଳା ରଙ୍ଗର କେକ୍ ଅଣାଯାଇଥିଲା, ଯେଉଁଥିରେ ଲେଖାଥିଲା – “ରିପ୍ ୨୦ଏସ” । ସମସ୍ତ ସାଙ୍ଗମାନେ ଭିନ୍ନ ଭି୍ନ୍ନ ରଙ୍ଗର ଡ଼୍ରେସ ପିନ୍ଧିକି ଆସିଥିଲେ । ହେଲେ ଏଠି ପହଞ୍ôଚବା ପରେ ସମସ୍ତେ କଳା ରଙ୍ଗର ଡ଼୍ରେସ ପିନ୍ଧିଥିଲେ । ହେଲିଙ୍କ ବନ୍ଧୁ ଶାନି ଡେଭିସ୍ ସୋସିଆଲ ମିଡିଆରେ ଏହି ଅଜବ ପାର୍ଟିର ଭିଡିଓ ସେୟାର କରିଥିଲେ ଯାହା ଭାଇରାଲ ହୋଇଛି ।
Comments are closed.