Latest Odisha News

BREAKING NEWS

ସ୍କୁଲ୍ ପିଲାଙ୍କୁ ଧକ୍କା ଦେଲା ଇନୋଭା, ଚାଲିଗଲା ୩ ଛାତ୍ରଙ୍କ ଜୀବନ

ସୁବର୍ଣ୍ଣପୁର: ଶରଧାପାଲି ବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଇନୋଭା ଗାଡ଼ି ଧକ୍କାରେ ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଛାତ୍ର ଗୁରୁତର ଅଛନ୍ତି ।

ସୂଚନା ଅନୁଯାୟୀ, ବିଦ୍ୟାଳୟରୁ ପରୀକ୍ଷା ଦେଇ ଛାତ୍ରଛାତ୍ରୀ ମାନେ ବାହୁାରୁଥିବା ବେଳେ ମୁଖ୍ୟ ଫାଟକ ସମ୍ମୁଖରେ ଦ୍ରୁତ ଗତିରେ ଆସୁଥିବା ଗାଡ଼ି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିଲା । ପରେ ଅନ୍ୟ ଜଣେ ଛାତ୍ରଙ୍କର ସୋନପୁର ମେଡିକାଲରେ ମୃତ୍ୟୁ ଘଟିଥିଲା । ସମସ୍ତ ଗୁରୁତର ଛାତ୍ରଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କ ଚିକିତ୍ସା କରାଯାଉଛି।

ମୃତ ଛାତ୍ର ହେଉଛନ୍ତି ସୁବ୍ରତ ଭୋଇ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ଏବଂ ଅନ୍ୟ ଜଣେ ହେଉଛନ୍ତି ରାଜା ପେରା ସେ ପଞ୍ଚମ ଶ୍ରେଣୀ ଛାତ୍ର । ଅନ୍ୟ ଜଣକ ପରିଚୟ ଅସ୍ପଷ୍ଟ ରହିଛି । ଗୁରୁତର ଛାତ୍ର ଜଣକର ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି ।

ଏନେଇ ସୋନପୁର ଉପଜିଲ୍ଲାପାଳ ଡାକ୍ତର ଖାନାକୁ ଆସି ଛାତ୍ର ମାନଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।ଏଥିସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ l ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

Leave A Reply

Your email address will not be published.