Latest Odisha News

BREAKING NEWS

ମା’ ମମତାକୁ ଗୋଇଠା ମାରି ପ୍ରେମିକ ସହ ଚାଲିଗଲା ଝିଅ

ବ୍ରହ୍ମପୁର:ପ୍ରେମରେ ଅନ୍ଧ ହୋଇ ପ୍ରେମିକ ସହ ଘର ଛାଡ଼ି ଦେଇଥିବା ଜଣେ ଝିଅଙ୍କୁ ମା’ର ମମତା ମଧ୍ୟ ଅଟକାଇ ପାରିଲା ନାହିଁ। ଘରକୁ ଫେରି ଆସିବାକୁ କାନ୍ଦି କାନ୍ଦି ମା’ ନିବେଦନ କରୁଥିଲେ। ଝିଅର ଗୋଡ଼ ଧରିଲେ। ବୁଝାଇଲେ। ତଥାପି କିଛି ବୁଝିଲେନି ଝିଅ। ମା’ଙ୍କ ମମତାକୁ ଗୋଇଠା ମାରି ପ୍ରେମିକ ସହ ଚାଲିଗଲେ। ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପରିସରରେ ବୁଧବାର ଏଭଳି କିଛି ଦୃଶ୍ୟ ଅନେକଙ୍କ ଆଖି ଓଦା କରିଦେଇଥିଲା।
ଘଟଣା ହେଲା, ଗାଙ୍ଗପୁର ଥାନା ଅଞ୍ଚଳର ଝିଅ ଜଣକ ବ୍ରହ୍ମପୁରର ୟୁ,ସି.ପି. ଇଞ୍ଜିନିୟରିଂ ସ୍କୁଲରେ ୨୦୧୭ ମସିହା​‌େ​‌ର ଡିପ୍ଲୋମା ପଢୁଥିଲେ। ପାଢ଼ ପଢ଼ୁଥିବା ବେଳେ ସେହି କଲେଜର ଜଣେ ସିନିୟର ଛାତ୍ରଙ୍କ ପ୍ରେମରେ ପଡ଼ିଥିଲେ। ପ୍ରେମ ଏତେ ବଢ଼ିଗଲା ଯେ, ଉଭୟ ବିବାହ କରିବାକୁ ମନସ୍ଥ କରିଥିଲେ। ୨୦୧୯ରେ ଏହି ଯୁବତୀ ଜଣଙ୍କ ନିଜ ଘରୁ ପ୍ରେମିକ ସହ ଫେରାର ହୋଇଯାଇଥିଲେ। ସାବାଳିକା ଝିଅ ଫେରାର ହେବା ପରେ ପରିବାର ତରଫରୁ ଗାଙ୍ଗପୁର ଥାନାରେ ଏତଲା ଦେଇଥିଲେ ା ପୋଲିସ ଯୁବତୀଙ୍କୁ ଉଦ୍ଧାର କରିଥିଲା। କିନ୍ତୁ ଘରକୁ ଯିବାକୁ ସେ ମନା କରିଦେଇଥିଲେ। ଏଣୁ ତାଙ୍କୁ ସୁଧାର ଗୃହରେ ରଖାଯାଇଥିଲା। କିଛି ମାସ ସେଠାରେ ରହିବା ପରେ ପୁଣି ଥରେ ପ୍ରେମିକଙ୍କୁ ଘରକୁ ଚାଲିଯାଇଥିଲେ। ଉଭୟ ଯୁବକ ଏବଂ ଯୁବତୀ ପ୍ରାପ୍ତ ବୟସ୍କ ହୋଇଥିବା ଯୋଗୁ ପରିବାର ଲୋକେ କିଛି କରିପାରିନଥିଲେ। ଅନ୍ୟପଟେ ସେମାନେ ମନ୍ଦିରରେ ବିବାହ କରିଦେଇଥିଲେ। ଗତ ପ୍ରାୟ ଦେଢ଼ ବର୍ଷ ହେଲା ଯୁବତୀ ଜଣକ ତାଙ୍କ ପ୍ରେମିକଙ୍କ ଘରେ ରହୁଛନ୍ତି। ତେବେ ଏନେଇ ଯୁବତୀଙ୍କ ପରିବାର ତରଫରୁ ଥାନାରେ ଅଭିଯୋଗ କରାଯାଇଥିଲା। ଏପଟେ ନିଜ ଝିଅକୁ ଘରକୁ ଫେରାଇ ଆଣିବାକୁ ଯୁବତୀଙ୍କ ପରିବାର ତରଫରୁ ଗତ ଏକ ତାରିଖରେ ବୈଦ୍ୟନାଥପୁର ଥାନାରେ ଏତଲା ଦିଆଯାଇଥିଲା। ଏହି କ୍ରମରେ ବୁଧବାର ଯୁବତୀଙ୍କ ପରିବାର ଥାନାରେ ପହଞ୍ଚିଥିଲେ। ସେହିଭଳି ଯୁବତୀ ଜଣକ ମଧ୍ୟ ନିଜ ପ୍ରେମିକଙ୍କ ସହ ପହଞ୍ଚିଥିଲେ। ବହୁ ଦିନ ପରେ ଝିଅକୁ ଦେଖି ଭାବବିହ୍ବଳ ହୋଇଯାଇଥିଲେ ମା’। ଦୌଡ଼ି ଦୌଡ଼ି ଯାଇ ଝିଅକୁ କୋଳାଇ ପକାଇଥିଲେ। କିନ୍ତୁ ଝିଅ ନିଜ ମା’ଙ୍କୁ ଧକ୍କା ମାରିଦେଲେ। ମାଆ ତଳେ ପଡିଯିବା ପରେ କାନ୍ଦି ପକାଇଥିଲେ। ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀମାନେ ଯୁବତୀଙ୍କ ମାଆଙ୍କୁ ଉଦ୍ଧାର କରିଥିଲେ। ପରେ ପୋଲିସ ଅଦାଲତକୁ ନେଇଥିଲା। ମୋ ଝିଅର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା ତେଣୁ ସେମାନେ ଯଦି ବିବାହ କରିବାକୁ ଚାହୁଁଛନ୍ତି ତେବେ ଆଇନଗତ ବିବାହ କରନ୍ତୁ ବୋଲି ଯୁବତୀଙ୍କ ମାଆ କହିଥିଲେ ା ସେହିପରି କିଛି ମାସ ତଳେ ଯୁବକଙ୍କ ପରିବାର ଲୋକେ ତାଙ୍କୁ ଓ ସ୍ବାମୀଙ୍କୁ ମାଡ ମାରିଥିବା ବେଳେ ୫ ଲକ୍ଷ ଟଙ୍କା ମାଗୁଥିବା ସେ ଅଭିଯୋଗ କରିଥିଲେ ା ଅନ୍ୟପକ୍ଷରେ ଟଙ୍କା ମାଗିବା କଥାକୁ ଯୁବତୀଙ୍କ ପ୍ରେମିକ ଖଣ୍ଡନ କରିବା ସହ ଆମେ ଦୁଇ ଜଣ ମନ୍ଦିରରେ ବିବାହ କରିସାରିଛୁ ବୋଲି କହିଥିଲେ ା

 

 

Leave A Reply

Your email address will not be published.