Latest Odisha News

BREAKING NEWS

ଜେଲେନସ୍କି ହେଲେ ଟାଇମ ପର୍ସନ ଅଫ ଦି ଇୟର

ଲଣ୍ଡନ: ବିଶ୍ୱ ପ୍ରସିଦ୍ଧ ମାଗାଜିନ ଟାଇମ ୟୁକ୍ରେନ ରାଷ୍ଟ୍ରପତି ଭୋଲଡେମେୟର ଜେଲେନସ୍କିଙ୍କୁ ପର୍ସନ ଅଫ ଦି ଇୟର ୨୦୨୨ ଘୋଷଣା କରିଛି । ଏପରିକି କଭର ପେଜରେ ମଧ୍ୟ ତାଙ୍କୁ ସ୍ଥାନ ଦିଆଯାଇଛି । ରୁଷ ଆକ୍ରମଣ ପରେ ଦେଶକୁ ସେ ଜଣେ ନେତା ଓ ଯୋଦ୍ଧା ଭାବେ ସଂଘର୍ଷ ଜାରୀ ରଖିଛନ୍ତି । ଯାହାକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି । ସୈନିକମାନଙ୍କ ମନୋବଳ ବଢ଼ାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛନ୍ତି । ଆନ୍ତର୍ଜାତୀୟ ଫୋରମରେ ମଧ୍ୟ ସେ ରୁଷିଆ ଏବଂ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ପଦକ୍ଷେପକୁ ପଦାରେ ପକାଇବାରେ ସଫଳ ହୋଇଥିଲେ ।

ଅଭିନେତାରୁ ରାଜନେତା ସାଜିଥିବା ଜେଲେନସ୍କି ଏବଂ ୟୁକ୍ରେନବାସୀ ଏବେ ବି ରୁଷିଆ ସହ ଲଢ଼େଇ ଜାରୀ ରଖିଛନ୍ତି । ଦି କେ ପପ ବ୍ୟାଣ୍ଡ ବ୍ଲାକ ପିଙ୍କ ଏଂଟରଟେନେମେଂଟ ଅଫ ଦି ଇୟର, ଆମେରିକାର ବେସବେଲ ଖେଳାଳି ଆରୋନ ଜଜ ଶ୍ରେଷ୍ଠ ଖେଳାଳି, ମାଲେସିଆର ଅଭିନେତ୍ରୀ ମାଇକେଲ ୟି ଆଇକନ ଅଫ ଦି ଇୟର ବିବେଚିତ ହୋଇଛନ୍ତି ।

Leave A Reply

Your email address will not be published.