Latest Odisha News

BREAKING NEWS

ରୋହିତଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ୱେ ଭାରତ ହାରିଲା, ସିରିଜ ହାତେଇଲା ବାଂଲାଦେଶ

ମୀରପୁର: ଆଘାତପ୍ରାପ୍ତ ରୋହିତ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ୱେ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ବାଂଲାଦେଶ ୫ ରନରେ ଭାରତକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ମୁକାବିଲାରେ ୨-୦ରେ ଅଗ୍ରଣୀ ରହି ବାଂଲାଦେଶ ଆଗୁଆ ସିରିଜ ଜିତି ନେଇଛି । ଦ୍ୱିତୀୟ ଥର ପାଇଁ ବାଂଲାଦେଶ ବିପକ୍ଷରେ ଭାରତ ସିରିଜ ପରାଜିତ ହୋଇଛି । ପୂର୍ବରୁ ୨୦୧୫ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ଏହି ବିଫଳତାର ସ୍ୱାଦ ଚାଖିଥିଲା । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ମେହେଦୀ ହାସନଙ୍କ ଶତକ (୧୦୦ ନଟଆଉ) ଓ ମହମ୍ମୁଦାଲ୍ଲାଙ୍କ ୭୭ ରନ ବଳରେ ୭ ୱିକେଟ ବିନିମୟରେ ୨୭୧ ରନ କରିଥିଲା । ଜବାବରେ ଭାରତ ୫୦ ଓଭରରେ ୯ ୱିକେଟ ହରାଇ ୨୬୬ ରନ କରିବାକୁ ସକ୍ଷମ ହୋଇଥିଲା ।

ଦୁଇ ଓପନର ବିରାଟ କୋହଲି ଓ ଶିଖର ଧାୱନ ୫ ଓ ୮ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ଶ୍ରେୟାଶ ଆୟାର ୮୨, ଅକ୍ଷର ପଟେଲ ୫୬ ଓ ରୋହିତ ୫୧ ରନର ଅପରାଜିତ ଇନିଂସ ଖେଳିଥିଲେ । ଭାରତ ହାତରୁ ସମ୍ପୂର୍ଣ୍ଣ ମ୍ୟାଚ ଖସି ଯାଇଥିବା ବେଳେ ରୋହିତଙ୍କ ବ୍ୟାଟିଂ ଆଶା ସଂଚାର କରିଥିଲା । ଶେଷ ୨ ବଲରେ ୨ଟି ଛକା ଆବଶ୍ୟକ ହେଉଥିବା ବେଳେ ରୋହିତ ଗୋଟିଏ ଛକ ମାରିବାକୁ ସକ୍ଷମ ହୋଇଥିଲେ ।

Leave A Reply

Your email address will not be published.