ଭୁବନେଶ୍ବର: ପ୍ରେମିକଙ୍କୁ ଉଠାଇନେଲେ ପ୍ରେମିକା । ଅପହରଣ ପରେ ୧୦ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ବି ରଖିଥିଲେ ପ୍ରେମିକା। ହଁ ଆଜ୍ଞା ଏହା କୌଣସି ଫିଲ୍ମର ଷ୍ଟୋରୀ ନୁହେଁ , ରାଜଧାନୀ ଭୁବନେଶ୍ୱରରେ ଏପରି ଏକ ଅପହରଣ ଘଟଣା ସାମ୍ନାକୁ ଆସିଛି ।
ପ୍ରେମିକକୁ ଅପହରଣ କରିଥିବା ଅଭିଯୋଗରେ ପ୍ରେମିକା ସମେତ ୫ ଜଣଙ୍କୁ ଗିରଫ କରିଛି ଖାରବେଳ ନଗର ଥାନା ପୋଲିସ । ଏଥିସହ ଅପହୃତ ଯୁବକଙ୍କୁ ଭରତପୁର ଅଞ୍ଚଳର ଏକ ହୋଟେଲ୍ରୁ ଉଦ୍ଧାର କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ୨ ଟି କାର ଓ ୪ଟି ମୋବାଇଲ ଜବତ କରିଛି ପୋଲିସ ।ପ୍ରେମିକାଙ୍କ ଘର ଝାଡ଼ଖଣ୍ଡ ହୋଇଥିବାବେଳେ ଲିଭଇନ୍ରେ ରହୁଥିଲେ। ତେବେ ପ୍ରେମିକଙ୍କ ଉପରେ ପ୍ରତିଶୋଧ ନେବାକୁ ଯାଇ ଝାରପଡ଼ାରୁ ଉଠାଇ ଆଣିଥିଲେ ପ୍ରେମିକା।
ସୂଚନାମୁତାବକ, ସୋମନାଥ ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ନିଜ ପ୍ରେମିକାଙ୍କ ସହ ଲିଭଇନ୍ରେ ରହୁଥିଲେ । ଏପଟେ ସୋମନାଥଙ୍କ ସହ ଲିଭଇନ୍ରେ ରହୁଥିବା ବେଳେ ଯୁବତୀଙ୍କ ଜଣଙ୍କ ଅନ୍ୟ ଯୁବକଙ୍କ ସହିତ ସଂପର୍କ ରଖୁଥିଲେ । ଯାହା ବିଷୟରେ ଖବର ପାଇଥିଲେ ସୋମନାଥ । ପ୍ରେମିକାଙ୍କ ଚରିତ୍ରକୁ ସନ୍ଦେହ କରି ଉଭୟଙ୍କ ମଧ୍ୟର ବଚସା ମଧ୍ୟ ହୋଇଥିଲା । ଏ ସଂପର୍କରେ ପ୍ରେମିକା ନିଜ ଭଉଣୀକୁ ଜଣାଇଥିଲେ । ଏହାପରେ ଭଉଣୀର ପ୍ରେମିକଙ୍କ ସହିତ ମିଶି ନିଜ ବୟଫ୍ରେଣ୍ଡକୁ ଅପହରଣ କରିଥିଲେ । ସୋମନାଥଙ୍କୁ ଭରତପୁର ଥାନା ଅଞ୍ଚଳରେ ଥିବା ଏକ ହୋଟେଲ୍ରେ ରଖିଥିଲେ ।
ବାସ୍ ଏତିକି ନୁହେଁ ସୋମନାଥଙ୍କୁ ଅପହରଣ କରି ତାଙ୍କ ଘର ଲୋକଙ୍କ ଠାରୁ ୧୦ଲକ୍ଷ ଟଙ୍କା ଦାବି କରିଥିଲେ । ଏନେଇ ସୋମନାଥଙ୍କ ପରିବାର ପକ୍ଷରୁ ଖାରବେଳ ନଗର ଥାନାରେ ଅଭିଯୋଗ କରାଯାଇଥିଲା । ପୋଲିସ ଅଭିଯୋଗର ତଦନ୍ତ କରି ଖୋଳତାଡ ଆରମ୍ଭ କରିଥିଲା ।
Comments are closed.