Latest Odisha News

ବୟଫ୍ରେଣ୍ଡଙ୍କୁ ଭେଟିବାକୁ ଯାଇ ହଟହଟା ହେଲେ ଗର୍ଲଫ୍ରେଣ୍ଡ: ହୋଟେଲରୁ ଖାଦ୍ୟ ପାର୍ସଲ ନେଇ ପ୍ରେମିକ ଫେରାର

ଯଦି କୌଣସି ବ୍ୟକ୍ତି କାହା ସହିତ ପ୍ରଥମ ଡେଟରେ ଯାଆନ୍ତି, ସେ ବହୁତ ଉତ୍ସାହିତ ହୋଇପଡ଼ନ୍ତି । ଏବେ ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡକୁ ପ୍ରଥମ ଥର ଭେଟିବାକୁ ଯାଇ ଖାଦ୍ୟ ପାର୍ସଲ କରି ନେଇ ଚମ୍ପଟ ମାରିଥିଲେ । ହେଲେ ଏହାର ବିଲ ଦେଖି ଚକିତ ହୋଇପଡ଼ିଲେ ଗର୍ଲଫ୍ରେଣ୍ଡ ।

ଏହି ଘଟଣା ବିଷୟରେ ଝିଅଟି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ଜଣେ ପୁଅ ସହିତ ସେ ପ୍ରଥମଥର ଭେଟିବାକୁ ଯାଇ ତାଙ୍କୁ କିପରି ହଟହଟା ହେବାକୁ ପଡ଼ିଛି । ଏହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଦିନେ ସେ ଏକ ପୁଅ ସହ ଭେଟିବାକୁ ଯାଇଥିଲେ । ସେ ହୋଟେଲରେ ପହଞ୍ଚିବା ପୂର୍ବରୁ ତାଙ୍କ ପ୍ରେମିକ ଆସି ଅପେକ୍ଷା କରିଥିଲେ । ନିଜର କିଛି ରୁମମେଟଙ୍କ ପାଇଁ ସେ ଖାଦ୍ୟ ଅର୍ଡର କରିଛନ୍ତି ଏବଂ ସେମାନଙ୍କୁ ଦେଇ ଜଲଦି ଫେରି ଆସିବିି ବୋଲି ପ୍ରତିଶ୍ରୁତି ଦେଇଗଲେ ତାଙ୍କ ପ୍ରେମିକ । ପ୍ରେମିକ କଥାକୁ ବିଶ୍ୱାସ କରି ତାଙ୍କୁ ସେ ହୋଟେଲ ଲବିରେ ଅପେକ୍ଷା କରି ରହିଲେ । ପ୍ରେମିକ ଜଣକ ଖାଦ୍ୟ ଧରି ହୋଟେଲରୁ ବାହାରିଗଲେ ଓ ସେ ତାଙ୍କ ଫେରିବା ବାଟକୁ ଅପେକ୍ଷା କରି ରହିଲେ । ଦୁଇ ଘଣ୍ଟା ଅପେକ୍ଷା କରିବା ପରେ ପ୍ରେମିକ ଆଉ ଫେରି ନ ଥିଲେ ।

ପରେ ସେ ଜାଣିବାକୁ ପାଇଲେ ଯେ, ତାଙ୍କ ତଥାକଥିତ ପ୍ରେମିକ ନେଇଥିବା ଖାଦ୍ୟର ବିଲ୍ ପୈଠ କରି ନାହାନ୍ତି । ଆଉ ଯେତେବେଳେ ଝିଅଟି ବିଲ୍ ଦେଖିଲେ ଚିନ୍ତିତ ହୋଇପଡ଼ିଲେ । ଏହି ସମୟରେ ୱେଟର ଆସି ବିଲ ମାଗିବାରୁ ସେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଏନେଇ ୱେଟର ଜଣକ ମ୍ୟାନେଜରଙ୍କ ସହ କଥା ହେବା ସହ ଘଟଣାର ସମାଧାନ କରିଦେଲେ । ଶେଷରେ ଝିଅଟିକୁ କୌଣସି ବିଲ ଦେବାକୁ ପଡ଼ିଲା ନାହିଁ ।

Comments are closed.