Latest Odisha News

BREAKING NEWS

ଏଠାରେ ବଳପୂର୍ବକ ଭାବେ ଝିଅମାନଙ୍କର କରାଯାଏ ଧର୍ମ ପରିବର୍ତ୍ତନ

କରାଚି: ଏଠାରେ ପ୍ରତିବର୍ଷ କରାଯାଏ ଝିଅମାନଙ୍କର ଧର୍ମ ପରିବର୍ତ୍ତନ। ତା ପୁଣି ସ୍ବେଚ୍ଛାକୃତ ନୁହେଁ ବଳପୂର୍ବକ ଭାବେ କରାଯାଇଥାଏ। ପାକିସ୍ତାନର ୧,୦୦୦ ସଂଖ୍ୟାଲଘୁ ବାଳିକା ବାଧ୍ୟ ହୋଇ ଇସଲାମ ଧର୍ମ ଗ୍ରହଣ କରନ୍ତି। ରିପୋର୍ଟ ଅନୁଯାୟୀ, ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ଶିଖ ସମ୍ପ୍ରଦାୟର ଯୁବକ ଯୁବତୀଙ୍କୁ ଇସଲାମ ଧର୍ମକୁ ପରିବର୍ତ୍ତିତ କରାଯାଇଛି।

ମାନବାଧିକାର କର୍ମୀଙ୍କ ଅନୁଯାୟୀ, କରୋନାଭାଇରସ୍ ଲକ୍‌ଡାଉନ୍‌ ସମୟରେ ଏହି ମାମଲା ସଂଖ୍ୟା ବୃଦ୍ଧି ପାଇଛି। କାରଣ ଏହି ସମୟ ମଧ୍ୟରେ ଝିଅମାନେ ବିଦ୍ୟାଳୟକୁ ଯାଉନାହାଁନ୍ତି ଏବଂ ସେମାନଙ୍କ ପରିବାର ଋଣ ଭାରରେ ବୁଡି ରହିଛନ୍ତି। ଏଭଳି ପରିସ୍ଥିତିରେ ଆଜିକାଲି ଝିଅ ଚୋରା ଚାଲାଣକାରୀମାନେ ଅଧିକ ସକ୍ରିୟ ହୋଇ ଇଣ୍ଟରନେଟରେ ଝିଅମାନଙ୍କ ଅନ୍ବେଷଣରେ ଲାଗିଛନ୍ତି।

Leave A Reply

Your email address will not be published.