Latest Odisha News

BREAKING NEWS

ଆଉ ରୋମାନ୍ସ କରିବାକୁ ପସନ୍ଦ କରୁନାହାନ୍ତି ପରିଣିତି

ମୁମ୍ବାଇ: ଚୁଲବୁଲି ହସ, ବିନ୍ଦାସ ଅଭିନୟ । ପ୍ରିୟଙ୍କା ଚୋପ୍ରାଙ୍କ ସଂପର୍କୀୟ ହୋଇଥିଲେ ବି ନିଜ ବଳରେ ବଲିଉଡରେ ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ପରିଣିତି ଚୋପ୍ରା । ପ୍ରଥମେ ରୋମାଣ୍ଟିକ ଫିଲ୍ମ କରିବାକୁ ସେ ପସନ୍ଦ କରୁଥିଲେ । ହେଲେ ଏବେ କିଛି ହଟ୍‌କେ କରିବାକୁ ଯୋଜନା କରିଛନ୍ତି ।

ଆଗାମୀ ଦିନରେ ପରିଣିତିଙ୍କୁ ଏକ ହଲିଉଡ ଫିଲ୍ମର ହିନ୍ଦୀ ରିମେକ ଭର୍ସନରେ ଦେଖିବାକୁ ମିଳିବ । ହିନ୍ଦୀ ରିମେକ ଭର୍ସନର ନିର୍ଦ୍ଦେଶନା ଦେବେ ରିଭୁ ଦାସଗୁପ୍ତା । ଏହି ଆକ୍ସନ ଥ୍ରିଲର ଫିଲ୍ମରେ ପରିଣିତିଙ୍କୁ ଜଣେ ଅଣ୍ଡରକଭର ଏଜେଣ୍ଟ ଭୂମିକାରେ ଦେଖିବାକୁ ମିଳିବ ।

ଫିଲ୍ମର ନାମକରଣ ହୋଇନଥିଲେ ଭାରତ-ପାକିସ୍ତାନକୁ ନେଇ ଏହାର କାହାଣୀକୁ ଦର୍ଶାଯିବ । ମୁଖ୍ୟ ଭୂମିକାରେ ପରିଣିତି ଥିବାବେଳେ ଅନ୍ୟ ସପୋର୍ଟିଂ ରୋଲରେ ରଜିତ କାପୁର, କେ.କେ ମେନନ୍‌, ଦିବ୍ୟେନ୍ଦୁ ଭଟ୍ଟାଚାର୍ଯ୍ୟ ଓ ହାର୍ଡି ସାନ୍ଧୁଙ୍କୁ ଦେଖିବାକୁ ମିଳିବ । କୋଭିଡ ଗାଇଡ୍ ଲାଇନ୍ ଅନୁଯାୟୀ ଅନୁମତି ମିଳିବା ପରେ ଫିଲ୍ମର ସୁଟିଂ ମାର୍ଚ୍ଚ ୨୦୨୧ରେ ଆରମ୍ଭ ହେବା ନେଇ ଯୋଜନା ରହିଛି ।

Leave A Reply

Your email address will not be published.