Latest Odisha News

BREAKING NEWS

ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ, ମାଗଣାରେ ଝିଅଙ୍କୁ ଶିକ୍ଷାଦାନ ଦିଆଯିବ: ରାହୁଲ ଗାନ୍ଧୀ

କୋରାପୁଟ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ କହିଛନ୍ତି, ଲୋକସଭା ନିର୍ବାଚନରେ ଜନସାଧାରଣ କଂଗ୍ରେସକୁ ଜିତାଇ କ୍ଷମତାକୁ ଆସିଲେ ମହିଳା ଆରକ୍ଷଣ ବିଲ୍ ପାରିତ କରିବ ।

ଏପରିକି ରାହୁଲ କହିଛନ୍ତି ଯେ, ଓଡ଼ିଶା ବିଧାନସଭାରେ ଯଦି ତାଙ୍କ ଦଳ ବିଜୟ ହାସଲ କରେ ତଥା କ୍ଷମତାକୁ ଆସିଲେ ଝିଅମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ ।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦଳୀୟ ମହିଳା କର୍ମୀ, ମହିଳା ଡ଼ାକ୍ତର, ଶିକ୍ଷକ ଏବଂ ଛାତ୍ରୀଙ୍କ ମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଓଡ଼ିଶାରେ ମହିଳାଙ୍କ ଉପରେ ଦିନକୁ ଦିନ ବୃଦ୍ଧି ପାଉଥିବା ନିର୍ଯ୍ୟାତନା ଅସହ୍ୟ ହୋଇପଡ଼ିଛି ।

ଋାହୁଲ ଗାନ୍ଧୀ ଅଭିଯୋଗ କରି କହିଛନ୍ତି, ପ୍ରତ୍ୟେକ ଦିନ ଓଡ଼ିଶାରେ ୮ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି, ତେବେ ସେଥିମଧ୍ୟରୁ ବର୍ଷକୁ ମାତ୍ର ୭ ଜଣ ମହିଳା ନ୍ୟାୟ ପାଉଛନ୍ତି ।

ଓଡ଼ିଶା ସରକାରଙ୍କ ମହିଳା ସଂରକ୍ଷଣ ବିଲ୍ ଆଗତ ପ୍ରସଙ୍ଗରେ ରାହୁଲ କହିଛନ୍ତି, ରାଜ୍ୟ ମନ୍ତ୍ରୀମଣ୍ଡଳରେ ମାତ୍ର ଦୁଇଜଣ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ।

“ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ, ଆଗାମୀ ନିର୍ବାଚନରେ ଆମେ ଯଦି କେନ୍ଦ୍ରରେ ସରକାର ଗଢୁ ତେବେ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ମହିଳା ଆରକ୍ଷଣ ବିଲ୍ ପାରିତ କରିବୁ,” ବୋଲି ସମ୍ବୋଧିତ କରି ରାହୁଲ କହିଛନ୍ତି ।

Leave A Reply

Your email address will not be published.