Latest Odisha News

BREAKING NEWS

ମହିଳା ଦିବସ: ଭାରତୀୟ ନାରୀଙ୍କ ଅକ୍ତିଆରରେ ଏବେ ‘ଭୁପୃଷ୍ଠ ଓ ଆକାଶ’

ନୂଆଦିଲ୍ଲୀ : ‘ଅନ୍ତର୍ଜାତୀୟ ମହିଳା ଦିବସ’ ଅବସରରେ ଭାରତୀୟ ରେଳବିଭାଗ ଓ ଏୟାର ଇଣ୍ଡିଆ ପକ୍ଷରୁ ମହିଳାଙ୍କୁ ସମ୍ମାନ ଜଣାଇ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି ।

ମହିଳାମାନେ ଏବେ କୌଣସି କ୍ଷେତ୍ରରେ ପଛୁଆ ନଥିବାବେଳେ ଡ୍ରିମଲାଇନର୍ ଭଳି ବିମାନ ଉଡାଣ, ଲୋକୋମୋଟିଭ୍ ଭଳି ଯାତ୍ରୀବାହୀ ଗାଡି ତଥା ଭାରୀଯାନକୁ ମଧ୍ୟ ନିଜ ଆୟତ୍ତରେ ରଖିପାରୁଛନ୍ତି । ଏପରିକି ମହିଳାମାନେ ଭୁପୃଷ୍ଠରେ ହେଉ ଅବା ଆକାଶରେ ବିଭିନ୍ନ ଭାରୀଯାନକୁ ଚଳାଇ ନିଜ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି ।

‘ଅନ୍ତର୍ଜାତୀୟ ମହିଳା ଦିବସ’ ଅବସରରେ ଏୟାର ଇଣ୍ଡିଆ ନିଜର ୧୨ଟି ଅନ୍ତର୍ଜାତୀୟ ଉଡାଣ ଓ ୪୦ରୁ ଅଧିକ ଘରୋଇ ଉଡାଣ ଲାଗି କେବଳ ମହିଳା ଦଳଙ୍କୁ ପରିଚାଳନା ଦାୟିତ୍ୱ ପ୍ରଦାନ କରିଛି। ଏପରିକି ବିମାନର ଗୁରୁତ୍ୱପୂର୍ଣ୍ଣ ପାଇଲଟ ପଦବୀ ଠାରୁ ଆରମ୍ଭ କରି ମହିଳା କ୍ରୁ-ମେମ୍ବର ଏହି ଦାୟିତ୍ୱ ନିର୍ବାହ କରିବେ ।

ଏହି ସମସ୍ତ ଉଡାଣ ମଧ୍ୟରେ ରହିଛି- ଦିଲ୍ଲୀ-ସାନ୍ ଫ୍ରାନ୍ସିକୋ ଉଡାଣ, ଯାହାକି ୧୬ ଘଣ୍ଟାର ଯାତ୍ରା ଅବଧି ମଧ୍ୟରେ ଦୁନିଆର ସବୁଠୁ ଲମ୍ବା ବିମାନ ଯାତ୍ରା ମଧ୍ୟରୁ ଅନ୍ୟତମ ।

ମହିଳା କ୍ରୁ-ମେମ୍ବରଙ୍କ ଦ୍ୱାରା ପରିଚାଳିତ ବିମାନଗୁଡିକ ହେଲା-

ଦିଲ୍ଲୀ-ସାନ୍ ଫ୍ରାନ୍ସିକୋ
ଦିଲ୍ଲୀ-ସିଡନୀ
ମୁମ୍ବାଇ-ଲଣ୍ଡନ
ଦିଲ୍ଲୀ-ରୋମ୍
ଦିଲ୍ଲୀ-ଲଣ୍ଡନ
ମୁମ୍ବାଇ-ଦିଲ୍ଲୀ-ସାଂଘାଇ
ଦିଲ୍ଲୀ-ପ୍ୟାରିସ୍
ମୁମ୍ବାଇ-ନ୍ୟୁୟର୍କ
ଦିଲ୍ଲୀ-ନ୍ୟୁୟର୍କ
ଦିଲ୍ଲୀ-ୱାଶିଂଟନ୍
ଦିଲ୍ଲୀ- ଚିକାଗୋ

ସେହିପରି ଭାରତୀୟ ରେଳ ବିଭିନ୍ନ ଜୋନର କିଛି ଟ୍ରେନ ଚାଳନା ଦାୟିତ୍ୱ ମଧ୍ୟ ମହିଳା ଲୋକୋପାଇଲଟଙ୍କୁ ପ୍ରଦାନ କରିଛି । ସେଥିମଧ୍ୟରେ ୧୭୩୦୧ ମୈଶୁର-ଧାରୱାଡ ଏକ୍ସପ୍ରେସ ରହିଛି ।

ଏହି ଅବସରରେ ଦକ୍ଷିଣ-କେନ୍ଦ୍ରୀୟ ରେଳବାଇ ପକ୍ଷରୁ କେତେକ ସ୍ଥାନରେ ସମ୍ପୂର୍ଣ୍ଣ ମହିଳା ଷ୍ଟେସନ ଆରମ୍ଭ କରିଛନ୍ତି । ଯେଉଁଥିରେ ଟ୍ରେନ୍ ସଞ୍ଚାଳନ, ଟିକେଟିଂ, ସୁରକ୍ଷା ସମେତ ଅନ୍ୟ କାର୍ଯ୍ୟରେ ମଧ୍ୟ କେବଳ ମହିଳା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

ମହିଳାମାନଙ୍କ ଦ୍ୱାରା ପରିଚାଳିତ ଷ୍ଟେସନ ମଧ୍ୟରେ ବେଗମପେଟ (ସିକନ୍ଦରାବାଦ ଡିଭିଜନ), ବିଦ୍ୟାନଗର (ହାଇଦ୍ରାବାଦ ଡିଭିଜନ), ଚନ୍ଦ୍ରଗିରି (ଗୁଣ୍ଟକଲ ଡିଭିଜନ), ନୂଆ ଗୁଣ୍ଟୁର (ଗୁଣ୍ଟୁର ଡିଭିଜନ) ଏବଂ ରାମାବରାପ୍ପଡୁ (ବିଜୟୱାଡା ଡିଭିଜନ) ସାମିଲ ରହିଛି । ଏହିକ୍ରମରେ ବିଜୟୱାଡାସ୍ଥିତ ରୁଟିନ୍ଓଭରହୋଲିଂ ଡିପୋରେ ଥିବା ବଗି ସପରେ ପ୍ରାୟ ୩୫ ଜଣ ମହିଳା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

Leave A Reply

Your email address will not be published.