କାହିରା: ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ଗୀଜାର ପିରାମିଡ ଅନ୍ୟତମ । ୪୫୦୦ ବର୍ଷ ତଳେ ଏହା କିପରି ଭାବେ ନିର୍ମିତ ହୋଇଥିଲା ତାହା ଏବେ ବି ଏକ ରହସ୍ୟ ହୋଇ ରହିଛି । କେତେକ ରିପୋର୍ଟ ଅନୁସାରେ ୧ ଲକ୍ଷ କ୍ରୀତଦାସଙ୍କୁ ଦିନ ରାତି ଖଟାଯାଇ ଏହାକୁ ନିର୍ମାଣ କରାଯାଇଥିଲା । ଦୀର୍ଘ ଦିନ ପରେ କ୍ରୀତଦାସ ଏହାକୁ ନିର୍ମାଣ କରାଯାଇଥିବା ମିଥ୍ୟା ବୋଲି ଗବେଷକମାନେ କହିଛନ୍ତି । ପିରାମିଡରୁ ଭିତରୁ ଗବେଷକମାନେ କେତେକ କବର ପାଇଛନ୍ତି । ଗବେଷକ ଜାହୀ ଆବାସ ଓ ତାଙ୍କ ଟିମ ଖୁଲାସା କରିଛନ୍ତି ଯେ, ଏହାକୁ କ୍ରୀତଦାସମାନେ ନିର୍ମାଣ କରି ନାହାନ୍ତି । ସେ ସମୟରେ କଳାକାରମାନେ ଏହାକୁ ନିର୍ମାଣ କରିଛନ୍ତି ।
ପିରାମିଡର ଦକ୍ଷିଣ ଦିଗରେ ମିଳିଥିବା କେତେକ କବର ମଧ୍ୟରୁ ନିର୍ମାଣରେ ବ୍ୟବହୃତ କେତେକ ସାମଗ୍ରୀ ମିଳିଛି । ସେମାନେ ଏହି ପିରାମିଡ ନିର୍ମାଣରେ ମୂଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କ ସମ୍ମାନ ପାଇଁ ମୃତ୍ୟୁ ପରେ ସାମଗ୍ରୀ ସହ ତାଙ୍କୁ କବର ଦିଆଯାଇଛି । ଯଦି କ୍ରୀତଦାସମାନେ ଏହାକୁ ନିର୍ମାଣ କରିଥାନ୍ତେ ତେବେ ଏ ଭଳି ସମ୍ମାନ ସେମାନଙ୍କୁ କେବେ ହେଲେ ସେ ସମୟର ଶାସକ ପ୍ରଦାନ କରି ନ ଥାନ୍ତେ । କେତେକ ଶୀଳାଲିପି ମଧ୍ୟ ଗବେଷକମାନେ ପାଇଛନ୍ତି । ଖୁବ ଶୀଘ୍ର ଏଥିରେ କଣ ଲେଖାଯାଇଛି ତାହା ମଧ୍ୟ ସର୍ବସମ୍ମୁଖକୁ ଅଣାଯିବ ବୋଲି ଗବେଷକମାନେ କହିଛନ୍ତି ।
Comments are closed.