Latest Odisha News

BREAKING NEWS

୫୦% ଟୋଲ୍ ଟ୍ୟାକ୍ସ ହ୍ରାସ କଲେ ସରକାର… 

ନୂଆଦିଲ୍ଲୀ: ୫୦% ଟୋଲ୍ ଟ୍ୟାକ୍ସ ହ୍ରାସ କଲେ ସରକାର।ଜାତୀୟ ରାଜପଥ ଫି ନିୟମ ୨୦୦୮ ଅନୁଯାୟୀ  ଜାତୀୟ ରାଜପଥ ମାନଙ୍କରେ ସମସ୍ତ ଯାନବାହାନ ଠାରୁ ଟୋଲ୍ ଆଦାୟ କରାଯାଇଥାଏ।ତେବେ ବର୍ତ୍ତମାନ୍ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏହି ନିୟମଗୁଡ଼ିକୁ ପରିବର୍ତନ କରି ବୁଧବାର ଏକ ନୂତନ ବିଜ୍ଞପ୍ତି ଜାରି କରିଛନ୍ତି।

ନୂତନ ନିୟମ ଅନୁଯାୟୀ ଯେଉଁ ନୂଆ NH ରେ ସେତୁ, ସୁଡ଼ଙ୍ଗ, ଫ୍ଲାଏଓଭର କିମ୍ବା ଉଚ୍ଚ ରାସ୍ତା ରହିଅଛି ସେଠାରେ ସରକାର ଟୋଲ୍ ହାର ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି।ଏଥିସହିତ ଦୂର ଦୂରାନ୍ତର ଯାତ୍ରା କରୁଥିବା ଡ୍ରାଇଭରମାନଙ୍କୁ ମଧ୍ୟ କମ୍ ଟୋଲ୍ ଦେବାକୁ ପଡିବ।

ସେହିପରି ଯଦି ରାଜପଥଗୁଡ଼ିକରେ ସେତୁ, ସୁଡ଼ଙ୍ଗ, ଫ୍ଲାଏଓଭର କିମ୍ବା ଉଚ୍ଚ ରାସ୍ତା ଥାଏ, ତେବେ ଟୋଲ୍ ଦୁଇଟି ଉପାୟରେ ଗଣନା କରାଯିବ। ପ୍ରଥମତଃ ଢାଞ୍ଚାର ଲମ୍ବକୁ ୧୦ ଦ୍ୱାରା ଗୁଣନ କରି ଅନ୍ୟ ରାସ୍ତାର ଲମ୍ବ ସହିତ ଯୋଡି କିମ୍ବା ସମ୍ପୂର୍ଣ୍ଣ ଢାଞ୍ଚାର ଲମ୍ବକୁ ପାଞ୍ଚ ଦ୍ୱାରା ଗୁଣନ କରି ଏହି ହିସାବ କରାଯିବ ଓ ଦୁଇଟି ମଧ୍ୟରୁ ଯାହାର ହିସାବ କମ୍ ହେବ ତାହା ଟୋଲ୍ ପାଇଁ  ଗଣନା କରାଯିବ।

ତେବେ ଏହାଦ୍ବାରା ଯେଉଁମାନେ ବେଶୀ ଦୂର ପର୍ଯ୍ୟନ୍ତ ଯାତ୍ରା କରୁଥିବେ ସେମାନେ ବେଶୀ ଲାଭ ପାଇବେ। ଯେପରିକି ଯଦି ଏକ ଜାତୀୟ ରାଜପଥ ଗଠନର ମୋଟ ଲମ୍ବ ୪୦ କିଲୋମିଟର ଏବଂ ଏଥିରେ  ଏକ ସୁଡ଼ଙ୍ଗ କିମ୍ବା ଫ୍ଲାଏଓଭର ଥାଏ ତେବେ  ୧୦ × ୪୦= ୪୦୦କିଲୋମିଟର ଏବଂ ୫ × ୪୦ = ୨୦୦ କିଲୋମିଟର ହେବ।ଏଥିମଧ୍ୟରୁ ୨୦୦ କିଲୋମିଟର କମ ଅଟେ।ଏହାକୁ ଆଧାର କରି ୨୦୦ କିଲୋମିଟର ପାଇଁ ହିଁ ଟୋଲ୍ ଆଦାୟ କରାଯିବ। ଏହା ପୂର୍ବରୁ ଯାତ୍ରୀମାନଙ୍କୁ ଏହି ଗଠନ ସହିତ ଅଂଶଗୁଡ଼ିକ ପାଇଁ ଦଶ ଗୁଣ ଟୋଲ୍ ଦେବାକୁ ପଡୁଥିଲା। ପୂର୍ବ ନିୟମ ଅନୁଯାୟୀ ଏହା ଲୋକଙ୍କୁ ଆର୍ଥିକ ଭାବରେ ପ୍ରଭାବିତ କରୁଥିବାରୁ ବର୍ତ୍ତମାନ୍ ନୂତନ ନିୟମ ଆସିଥିବା NHAI ପକ୍ଷରୁ କୁହାଯାଇଛି।

Comments are closed.