Latest Odisha News

ବୋଲ୍ଡ ଫଟୋ ପୋଷ୍ଟ କରି ଚାକିରି ହରାଇଲେ ଯୁବତୀ

ନୂଆଦିଲ୍ଲୀ : ବୋଲ୍ଡ ଫଟୋ ପୋଷ୍ଟ କରି ଅଡ଼ୁଆରେ ଯୁବତୀ । ପୋଷାକ ପାଇଁ ହରାଇଲେ ଚାକିରୀ । କହିବାକୁ ଗଲେ ପ୍ରତ୍ୟେକ ମଣିଷର ରହିଛି ସ୍ଵାଧୀନତା । ଜଣେ ମଣିଷ ତା’ର ଖାଇବା ପିଇବାଠୁ ଆରମ୍ଭ କରି ସବୁକିଛି ନିଜ ଇଚ୍ଛା ହିସାବରେ କରିଥାଏ । ହେଲେ ମଣିଷର କିଛି ଚଳଣୀକୁ ନେଇ ଏ ସମାଜ ଗ୍ରହଣ କରିନଥାଏ । ଆଉ ସେହି ମନ ମୁତାବକ ଚାଲୁଥିବା ମଣିଷଟିକୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

BjdElectrycity

ଆମେ କହୁଛୁ ଦକ୍ଷିଣ ଆମେରିକାର ଜଣେ ୨୬ ବର୍ଷୀୟା ଯୁବତୀଙ୍କ ବିଷୟରେ । ଏହି ଯୁବତୀଙ୍କ ନାମ କମ୍ୱଲି । ସେ ଦକ୍ଷିଣ ଆମେରିକାର ଚିଲି ବାୟୁସେନାରେ ଚାକିରି କରିଥିଲେ । କମ୍ୱଲି ନିଜ ପୋଷାକ ପାଇଁ ଚାକିରି ହରାଇଛନ୍ତି । ତାଙ୍କ ‌‌ସୋସିଆଲ୍‌ ମିଡିଆ ହ୍ୟାଣ୍ଡେଲ୍‌ରେ ଅଧିକାଂଶ ସମୟରେ ବିକିନି ପରିଧାନ କରି ଫଟୋ ପୋଷ୍ଟ୍‌ କରିଥାନ୍ତି । ନିଜର ବୋଲ୍ଡ ଫଟୋ ପୋଷ୍ଟ କରି ଚର୍ଚ୍ଚାକୁ ଆସିଥିଲେ । ଏଥିପାଇଁ ତାଙ୍କୁ ଚାକିରି ଛାଡ଼ିବାକୁ ବି ବାଧ୍ୟ କରାଯାଇଥିଲା। ତାଙ୍କର ଏପରି ପୋଷାକ ପରିଧାନକୁ ନେଇ ଅଫିସର ଭାବମୂର୍ତ୍ତି ଖରାପ ହେଉଛି ବୋଲି କୁହାଯିବା ପରେ ସେ ଚାକିରି ଛାଡ଼ିଦେଇଥିଲେ ।

ସେ ଏବେ ଚାକିରି ଛାଡ଼ିବା ପରେ ଜଣେ ଆଡଲଟ ମଡେଲ ଭାବେ ଆଗକୁ ନିଜ କ୍ୟାରିୟର ଗଢ଼ିବାକୁ ଚାହୁଁଛନ୍ତି। ସେ କହିଛନ୍ତି କି ଚାକିରି  ଛାଡ଼ିବା ପରେ ସେ ସ୍ଵାଧୀନ ଅନୁଭବ କରୁଛନ୍ତି । ଏଥିସହ ନିଜ ଇଛା ଅନୁସାରେ ପୋଷାକ ପିନ୍ଧି ପାରୁଛନ୍ତି । ତାଙ୍କ ମତରେ ନିଜର ସୌନ୍ଦର୍ଯ୍ୟତାକୁ ପ୍ରଦର୍ଶନ କରିବା କୌଣସି ପାପ ନୁହେଁ ।

Leave A Reply

Your email address will not be published.