Latest Odisha News

BREAKING NEWS

୧୦୬ଟି ଅପଗ୍ରେଡେଡ୍ ଉଚ୍ଚ ମାଧ୍ୟମିକ ସ୍କୁଲରେ ବଢ଼ିବ ୧୩ ହଜାର ଯୁକ୍ତ ୨ ସିଟ୍

ଭୁବନେଶ୍ୱର: ବଢ଼ିବ ଯୁକ୍ତ ୨ ସିଟ୍ । ଚଳିତବର୍ଷ ମାଟ୍ରିକ୍ ମାଟ୍ରିକ୍ ପରୀକ୍ଷାରେ ସଫଳତା ହାର ଅଧିକ ଥିବାରୁ ଯୁକ୍ତ ୨ ସିଟ୍ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି । ୧୦୬ଟି ନୂତନ ଉଚ୍ଚ ମାଧ୍ୟମିକ ସ୍କୁଲ୍ ଖୋଲାଯିବ ।  ୧୦୬ଟି ଅପଗ୍ରେଡେଡ୍ ଉଚ୍ଚ ମାଧ୍ୟମିକ ସ୍କୁଲରେ ୧୩ ହଜାର ସିଟ୍ ରହିବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଓ ସଚିବ ।

୨୦୨୩-୨୪ ଶିକ୍ଷାବର୍ଷରୁ ଯୁକ୍ତ ୨ ସିଟ୍ ବଢ଼ାଯିବ । ତେବେ ସରକାର କେବଳ ଯୁକ୍ତ ୨ ସିଟ୍ ବଢ଼ାଇଦେଲେ ହେବ ନାହିଁ ଶିକ୍ଷାର ମାନ ସହ ଆବଶ୍ୟକ ଶିକ୍ଷକ ଓ ଭିତ୍ତିଭୂମି ଯୋଗାଇ ଦେବାକୁ ଦାବି କରିଛନ୍ତି ଶିକ୍ଷାବିତ୍ । ଶିକ୍ଷାବିତ୍ ଆର୍.ଏନ୍ ପଣ୍ଡା ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରି କହିଛନ୍ତି, ସରକାରୀ ବିଦ୍ୟାଳୟମାନଙ୍କରେ ସିଟ୍ ଖାଲି ପଡ଼ିବ ନାହିଁ ।

ସେ ଯୁକ୍ତି ବାଢ଼ି କହିଛନ୍ତି, ରାଜଧାନୀରେ ଥିବା ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି । ଲାବ୍ରୋଟୋରୀରେ ଆସିଷ୍ଟାଣ୍ଟ ନାହାନ୍ତି । ତେଣୁ ପିଲା ସରକାରୀ ସ୍କୁଲକୁ ଯିବେ ନାହିଁ । ସିଟ୍ ବଢ଼ିଗଲେ ନାମଲେଖା ପାଇଁ ସୁଯୋଗ ମିଳିବ ହେଲେ ଆବଶ୍ୟକ ଶିକ୍ଷକ ଓ ଭିତ୍ତିଭୂମି ଯୋଗାଇ ଦେବାକୁ ଶିକ୍ଷାବିତ୍ ଦାବି କରିଛନ୍ତି । କହିଛନ୍ତି, ଯେଉଁଠି ସିଟ୍ ବଢ଼ାଇବେ ସେଠି ବିଭାଗ ଶିକ୍ଷକଙ୍କୁ ନିଯୁକ୍ତି ଦିଅନ୍ତୁ । ନହେଲେ ଏହି ଘୋଷଣାର କିଛି ମାନେ ରହିବ ନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.