ଚୀନ: ବିଶ୍ୱରେ ଏମି୍ତି କିଛି ସୁଦୃଶ୍ୟ ଅଟ୍ଟାଳିକା ନିର୍ମାଣ କରାଯାଇଛି, ଯାହାର ସୂକ୍ଷ୍ମ କାରିଗରି ବିଶ୍ୱବାସୀଙ୍କୁ ଚମକୃତ କରି ଆସୁଛି । ଚୀନର ହୁଇନାନ୍ ସହରର ଶାନନ ଜିଲାରେ ରହିଛି ଆଖି ଝଲସିଲା ପରି ପିଆନୋ ଆକୃତିର ଏକ ଗ୍ଲାସ ବିଲ୍ଡିଂ । ଯାହାକୁ ଦେଖିବାକୁ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ଭିଡ଼ ଜମେ ।
୨୦୦୭ ମସିହାରେ ପିଆନୋ ଆକୃତିର ଏହି ଗ୍ଲାସ ବିଲ୍ଡିଂ ନିର୍ମାଣ କରାଯାଇଥିଲା । ହେଫେଇ ଟେକ୍ଟୋଲୋଜି ୟୁନିଭରସିଟିର ଛାତ୍ରମାନଙ୍କ ଦ୍ୱାରା ଏଭଳି ଏକ ନୂଆ ଡ଼ିଜାଇନର ପରିକଳ୍ପନା କରାଯାଇଥିଲା । ନିର୍ମାଣ ପରେ ଏହି କୋଠାକୁ ଏକ ଶୋ ରୁମ ଭାବେ ବ୍ୟବହାର କରାଯାଉଛି । ପିଆନୋ ଢାଞ୍ଚାରେ ତିନୋଟି କଂକ୍ରିଟ ଖମ୍ଭରେ ଏହା ନିର୍ମିତ କରାଯାଇଛି । ଏଥିରେ ବହୁ ସଂଖ୍ୟକ କଳା ରଙ୍ଗର ଗ୍ଲାସ ବ୍ୟବହାର କରାଯାଇଛି । ଏଭଳି ଅନନ୍ୟ ଡ଼ିଜାଇନ ପାଇଁ ଏବେ ଏହି କୋଠାଟି ଏକ ପର୍ଯ୍ୟଟନସ୍ଥଳୀ ଭାବେ ପରିଣତ ହୋଇଛି । ଏହା ଚୀନ୍ର ଲୋକପ୍ରିୟ କୋଠା ଭାବେ ବେଶ୍ ପରିଚିତ । ନବବିବାହିତାମାନେ ଏଠାରେ ଫଟୋସୁଟ୍ କରୁଥିବା ନଜରକୁ ଆସିଥାନ୍ତି ।
Comments are closed.