Latest Odisha News

BREAKING NEWS

ପୁଣି ଚର୍ଚ୍ଚାରେ ଉର୍ଫି: ପିନ୍ଧିଲେ ଖେଳନା କାରର ପୋଷାକ

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ । ଅନେକ ଲୋକ ଉର୍ଫିଙ୍କୁ ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ ତାଙ୍କୁ ନାପସନ୍ଦ ବି କରିଥାନ୍ତି । ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିଲେ ବି ସେ କାହାରି କଥାକୁ ଖାତିର କରନ୍ତି ନାହିଁ । ତାଙ୍କୁ ଯାହା ଠିକ୍ ଲାଗେ ତାହା ପିନ୍ଧିଥାନ୍ତି । ଏବେ ସେ ଖେଳନା କାରରେ ତିଆରି ପୋଷାକ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । ଏହାର ଏକ ଭିଡ଼ିଓ ଉର୍ଫି ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଉର୍ଫି ଟେବୁଲ ଉପରେ ଏକ ଖେଳନା କାର ଚଳାଉଥିବାର ନଜର ଆସିଛନ୍ତି । ଏହି ସମୟରେ ସେ ରଙ୍ଗବେରଙ୍ଗର ଖେଳନା କାରରେ ତିଆରି ଟପ୍ସ ପିନ୍ଧିଥିବା ଦେଖିବାକୁ ମିଳିଛି । ଉର୍ଫିଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଆଉ ଗୋଟେ ଫଟୋରେ ସେ ଅଣ୍ଟାରେ ଖେଳନା କାର ଲଗାଇଥିବା ନଜର ଆସିଛନ୍ତି ।

କେତେବେଳେ କୁରକୁରେ ପ୍ୟାକେଟ୍ ତ ଆଉ କେତେବେଳେ ମୋବାଇଲ, ବ୍ଲେଡ, ଏଭଳି ଚମକାଇବା ଭଳି ଜିନିଷ ବ୍ୟବହାର କରି ସେ ପ୍ରସ୍ତୁତ କରିଥାନ୍ତି ପୋଷାକ । କିଛି ଦିନ ତଳେ ଉର୍ଫି ପାନିଆରେ ତିଆରି ପୋଷାକ ପିନ୍ଧିଥିଲେ । ଏହାକୁ ବେଶ ଖୁସିରେ ସେ ପିନ୍ଧିବା ସହ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଏହାର ଭିଡିଓ ଶେୟାର କରିବା ପରେ ଉର୍ଫିଙ୍କୁ ଅନେକ ଟ୍ରୋଲ କରୁ୍‌ଥିବା ବେଳେ କିଛି ଚକିତ ହୋଇଥାନ୍ତି ।

Leave A Reply

Your email address will not be published.