Latest Odisha News

BREAKING NEWS

୨୦୨୪ ଆଇପିଏଲ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଲାଗିଛି ବଡ ଝଟକା

ନୂଆଦିଲ୍ଲୀ: ୨୦୨୪ ଆଇପିଏଲ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଲାଗିଛି  ବଡ ଝଟକା । ଗ୍ଲେନ ମ୍ୟାକ୍ସୱେଲ ଆରସିବିର ହାତ ଛାଡିଛନ୍ତି । ଆଇପିଏଲ୍ ୨୦୨୪ ସିଜିନରେ ଆରସିବି ୭ଟି ମ୍ୟାଚରୁ ୬ଟି ମ୍ୟାଚରେ ପରାସ୍ତ ହୋଇଛି । ଚଳିତ ଆଇପିଏଲ୍ ରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ମ୍ୟାକ୍ସୱେଲଙ୍କ ପ୍ରଦର୍ଶନ ବେଶ୍ ଖରାପ ରହିଛି । ସୂଚନା ଅନୁଯାୟୀ, ଆରସିବିର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଆଇପିଏଲ୍ ୨୦୨୪ ସିଜିନରୁ ବାଦ୍ ପଡିଛନ୍ତି । ଏହା କାରଣ ଶାରୀରିକ କ୍ଳାନ୍ତ ଯୋଗୁଁ ଦଳରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିବା ମ୍ୟାକ୍ସୱେଲ କହିଛନ୍ତି । ଚଳିତ ଆଇପିଏଲ୍ ସିଜନର ଆରସିବି ପକ୍ଷରୁ ମ୍ୟାକ୍ସୱେଲ ୬ଟି ମ୍ୟାଚରେ ମାତ୍ର ୩୨ ରନ୍ କରିଥିବା ବେଳେ ୩ଥର ଶୂନରୁ ଆଉଟ ହୋଇଛନ୍ତି । ସେହିପରି ବୋଲିଂରେ ମଧ୍ୟ ଭଲ ପ୍ରଦର୍ଶନ କରିପାରି ନାହାଁନ୍ତି ।

ଦଳ ପାଇଁ  ଭଲ ଖେଳିପାରି ନଥିବାରୁ ଦଳରୁ କିଛି ଦିନ ବିଶ୍ରାମ ପାଇଁ ସେ ଅନୁରୋଧ କରିଥିଲେ  । ଯଦି ସେ ମାନସିକ ଏବଂ ଶାରୀରିକ ପିଡାରୁ ଆରାମ ପାଆନ୍ତି, ତେବେ ନିଶ୍ଚିତ କମବ୍ୟାକ୍ କରିବେ ଟିମ୍କୁ ବୋଲି କହିଛନ୍ତି । ତାଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେବା ଉଚିତ ବୋଲି ଅଧିନାୟକ ଫାଫ୍ ଡୁପ୍ଲେସିସ ଏବଂ କୋଚଙ୍କୁ ଅନୁରେଧ କରିଥିଲେ ମ୍ୟାକ୍ସୱେଲ । ତେବେ ଆରସିବି ଟିମ୍ ଆଇପିଏଲ ୨୦୨୪ ପଏଣ୍ଟ ତାଲିକାର ଶେଷରେ ରହିଛି । ସେହିପରି ଏହାପୂର୍ବରୁ ଅଷ୍ଟ୍ରେଲିଆ ଟି୨୦ ଅଧିନାୟକ ମିଚେଲ ମାର୍ଶ ହେମଷ୍ଟ୍ରିଂ ଆହାତ ଯୋଗୁଁ ମେଡିକାଲ ଚିକିତ୍ସିତ ଅଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ମାର୍ଶ ଖେଳୁଥିଲେ । ଖବର ଅନୁଯାୟୀ, ମିଚେଲ ମାର୍ଶ ଆଗକୁ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଟିମର ଅଧିନାୟକ ରହିଛନ୍ତି  । ମାର୍ଶଙ୍କ ଛଡା ଅଷ୍ଟ୍ରେଲିଆ ଟିମର ଷ୍ଟାର ବ୍ୟାଟର ଡେଭିଡ ଓ୍ଵାର୍ଣ୍ଣର ମଧ୍ୟ ଆହତ ହୋଇଛନ୍ତି ।ତେଣୁ ପ୍ରଶଂସକମାନଙ୍କ ମନରେ ପ୍ରଶ୍ନ ଆସୁଛି କି ବିଶ୍ୱକପ ଆସୁଥିବା ସମୟରେ ଖେଳାଳିମାନେ ଏଭଳି କାହିଁକି କରୁଛନ୍ତି ।

Leave A Reply

Your email address will not be published.