Latest Odisha News

BREAKING NEWS

ସୂତା ଖିଅରେ ଝୁଲୁଛି ଆରସିବିର ପ୍ଲେ ଅଫ ପ୍ରବେଶ ଆଶା

ହାଇଦ୍ରାବାଦ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଖରାପ ପ୍ରଦର୍ଶନ ସହ ଭାଗ୍ୟ ମଧ୍ୟ ସେମାନଙ୍କୁ ସହାୟ ହେଉନି । ସୋମବାର ହାଇଦ୍ରାବାଦ ନିକଟରୁ ପରାଜିତ ହେବା ପରେ ଆରସିବିର ପ୍ଲେ ଅଫ ପ୍ରବେଶ ଆଶା ସୂତା ଖିଅରେ ଝୁଲୁଛି । ଆରସିବି ଆଉ ୭ଟି ମ୍ୟାଚ ଖେଳିବ । ୧୦ଟି ଟିମ ଖେଳୁଥିବାରୁ ଅତି କମରେ ୧୬ ପଂଏଟ ହାସଲ କରିବାକୁ ପଡିବ । ଆରସିବି ମାତ୍ର ୨ ପଂଏଟ ପାଇଥିବାରୁ ବାକି ସମସ୍ତ ମ୍ୟାଚରେ ବିଜୟ ହାସଲ କରି ପ୍ରଥମେ ୧୬ ପଂଏଟ ହାସଲ କରିବାକୁ ପଡିବ । ଦଳକୁ ବିଜୟ ସହ ରନରେଟ ମଧ୍ୟ ସୁଧାରିବାକୁ ପଡିବ । ଆଉ ଗୋଟିଏ ପରାଜୟ ସେମାନଙ୍କ ଆଶାକୁ ଧୂଳିସାତ କରିବ ।

ଗ୍ଲେନ ମ୍ୟାକ୍ସୱେଲ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଆଇପିଏଲରୁ ଓହରି ଯାଇଛନ୍ତି । ଅଧିନାୟକ ଫାପ ଡୁ ପ୍ଲେସି ଏବେ ବି ଆଶାୟୀ ଅଛନ୍ତି । ଆରସିବି ଏବେ ଇଡେନଗାର୍ଡେନରେ କେକେଆରକୁ ୨୧ରେ ଭେଟିବ । ସେହିପରି ୨୫ରେ ହାଇଦ୍ରାବାଦକୁ, ୨୮ରେ ଗୁଜରାଟକୁ, ମେ ୪ରେ ଗୁଜରାଟକୁ, ମେ ୯ରେ ପଞ୍ଜାବକୁ, ମେ ୧୨ରେ ଦିଲ୍ଲୀକୁ ଓ ୧୮ରେ ଚେନ୍ନାଇକୁ ଭେଟିବ । ଆରସିବି ଓ ବିରାଟ କୋହଲିଙ୍କ ପ୍ରଶଂସକ ଏବେ ବି ଆଶା ବାନ୍ଧି ବସିଛନ୍ତି ।

Leave A Reply

Your email address will not be published.