Latest Odisha News

BREAKING NEWS

ବିଭିନ୍ନ ସ୍ଥାନରେ ଇଭିଏମ୍ ଅଚଳ ,ମତଦାନ ବାଧାପ୍ରାପ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ। ଆଜି ୬ ଲୋକ ସଭା ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି। ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଯୁବକଙ୍କ ଠୁ ଆରମ୍ଭ କରି ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଧାଡିରେ ଚିଡା ହୋଇ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । ଏହାରି ଭିତରେ କିଛି ସ୍ଥାନରେ ଇଭିଏମ ତ୍ରୁଟି ଦେଖାଦେଇଛି । ଫଳରେ ମତଦାନ ବାଧାପ୍ରାପ୍ତ ହୋଇଛି ।

କେନ୍ଦ୍ରାପଡ଼ା ଗରଦପୁର ବ୍ଲକ ବସନ୍ତପୁର ୨୫୪ନଂ ବୁଥ୍‌, କେନ୍ଦ୍ରାପଡ଼ା ବାଲିପଡ଼ାର ୧୨୧, ୧୨୨ନଂ ବୁଥ୍‌, କେନ୍ଦ୍ରାପଡ଼ା ବେଲପାଳର ୧୦୬ନଂ ବୁଥ୍‌ରେ ଇଭିଏମ୍ କାମ କରୁନଥିବା ବେଳେ ସାଲେପୁର ରୋଧପୁର ସ୍କୁଲ ୨୩୪ନଂ ବୁଥ୍‌ରେ ଇଭିଏମ୍ ଅଚଳ ହୋଇଛି ।

ସେହିପରି ପାରାଦୀପ ନିମିଢ଼ିର ୧୭୧ ନଂ ବୁଥ୍‌, ଭଦ୍ରକ ଭଣ୍ଡାରିପୋଖରୀ ୧୪୨ ନଂ ବୁଥ, ବାଲେଶ୍ୱର ସଦର ୧୫୩ ନଂ ବୁଥ୍,ଏବଂ ବାଲେଶ୍ୱର ବସ୍ତାର ୨୬ନଂ ବୁଥରେ ଇଭିଏମ୍ ଅଚଳ ହୋଇଥିବା ସୁଚନା ରହିଛି ।ଫଳରେ  ଭୋଟରଙ୍କ ମଧ୍ୟରେ  ଅସନ୍ତୋଷ ପ୍ରକାଶ ପାଇ ଥିବା ବେଳେ ମତଦାନ କରିବାରେ ପ୍ରବଳ ବିଳମ୍ବ ହୋଇଛି । ସେପଟେ ରାଜ୍ୟରେ ମୋଟ ୧୦ ହଜାର ୮୮୨ଟି ବୁଥ୍ ହୋଇଥିବାବେଳେ, ଏଥିରୁ ୨୧ ପ୍ରତିଶତ ବୁଥ୍ ସମ୍ବେଦନଶୀଳ ।

ମତଦାନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ  ୩୬ ହଜାର ପୋଲିସ ଓ ୧୨୬ କଂପାନୀ କେନ୍ଦ୍ରୀୟ ଫୋର୍ସ,୮୬ ପ୍ଲାଟୁନ ଆର୍ମ ପୋଲିସ ଫୋର୍ସ ସହ ୨୦ ହଜାର ୫ଶହ ସିଭିଲ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

 

 

 

Comments are closed.