ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ବିଶ୍ୱବ୍ୟାପୀ ପ୍ରାୟ ୯ ଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ।
ଜାତୀୟ ଗଣମାଧ୍ୟମ ଅଲଜଜିରାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କରୋନାଭାଇରସରେ ସଂକ୍ରମିତ ୧୯୬ରୁ ଅଧିକ ଦେଶରେ ଏଯାବତ୍ ୯ଲକ୍ଷରୁ ଉର୍ଦ୍ଧ୍ୱ ଲକ୍ଷ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୪୪ ହଜାର ଜଣଙ୍କର ମୃତ୍ୟୁ ଘଟିଛି ।
ଏହାବ୍ୟତିତ ପ୍ରାୟ ୧ଲକ୍ଷ ୯୦ ହଜାର ବ୍ୟକ୍ତି କରୋନା ସଂକ୍ରମଣରୁ ଆରୋଗ୍ୟ ହୋଇଛନ୍ତି ।
ସେହିପରି ଭାରତରେ ବୁଧବାର ଦିନ ପାଖାପାଖି ୪୩୭ ଜଣ ବ୍ୟକ୍ତି କରୋନାଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏପରିକି ଏପର୍ଯ୍ୟନ୍ତ କୋଭିଡ -୧୯ରେ ସଂକ୍ରମିତ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ୪୧ ଜଣ ପ୍ରାଣ ହରାଇଛନ୍ତି।
ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୧୯୬ରୁ ଅଧିକ ଦେଶକୁ ମଧ୍ୟ କରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।
Comments are closed.