Latest Odisha News

BREAKING NEWS

କରୋନା ମହାମାରୀ: ବିଶ୍ୱରେ ୬ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନା ଆଁରେ ସାରା ବିଶ୍ୱ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୬ ଲକ୍ଷ ୩୪ ହଜାର ୮୩୫ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ସାଢ଼େ ୩ ଲକ୍ଷ ଟପି ସାରିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୬୩,୧୫୯ ଜଣ ନୂଆ କରି ଆକ୍ରାନ୍ତ ହୋଇଥିବା ବେଳେ ୩୪୬୪ ଜଣଙ୍କର ମୃତ୍ୟୁ ହୋଇଛି ।

ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୯୦ ହଜାର ୫୪ ଜଣଙ୍କ ଚିକିତ୍ସା ଜାରି ଥିବା ବେଳେ ସେଥିରୁ ୧ ଲକ୍ଷ ୪୧ ହଜାର ୯୫୧ ଜଣ ସୁସ୍ଥ ହୋଇଛନ୍ତି ।

କରୋନା ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୩ ହଜାର ୩୦୦ ଓ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୩୯ ହୋଇଥିବା ବେଳେ ଏହାକୁ ଟପି ଯାଇଛି ଇଟାଲୀ ଓ ଆମେରିକା ।

ଅନ୍ୟପଟେ ଭାରତରେ ମଧ୍ୟ ଏହା ନିଜର କାୟା ବିସ୍ତାର କରିବା ଆରମ୍ଭ କରି ଦେଲାଣି।  ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ହାଜରେ ଟପି ୧୦୨୪ ରେ ପହଞ୍ଚିଲାଣି ।

ଏହାର ଭୟବହତାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୧୧ ରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏହାକୁ ମହମାରୀ ରୂପେ ଘୋଷଣା କରିଥିଲେ।

Leave A Reply

Your email address will not be published.