Latest Odisha News

BREAKING NEWS

ଆମେରିକାରେ ଅଣାୟତ୍ତ କରୋନା: ଏପ୍ରିଲ ୩୦ ଯାଏଁ ଘୁଞ୍ଚିଲା ସାମାଜିକ ଦୂରତା ଗାଇଡଲାଇନ

ୱାସିଂଟନ: ବଢୁଥିବା କରୋନା ଭାଇରସର ଭୟାବହତାକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ସାମାଜିକ ଦୂରତା ଗାଇଡଲାଇନକୁ ଏପ୍ରିଲ ୩୦ ଯାଏଁ ବୃଦ୍ଧି କରିଛନ୍ତି।

ହ୍ଵାଇଟ ହାଉସରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଟ୍ରମ୍ପ ଏହି ସୂଚନା ପ୍ରଦାନ କରିଛନ୍ତି । ତେବେ ମଙ୍ଗଳବାର ସୁଦ୍ଧା ଆମେରିକବାସୀଙ୍କ ପାଇଁ ସମ୍ପୂର୍ଣ୍ଣ ବିବରଣୀ ପ୍ରସ୍ତୁତ କରିବା ନେଇ ଟ୍ରମ୍ପ ସୂଚନା ଦେଇଛନ୍ତି ।

ଆସନ୍ତା ୨ ସପ୍ତାହ ଦେଶ ପାଇଁ ଅତ୍ୟନ୍ତ ଗମ୍ଭୀର ଅଟେ । ଆଗାମୀ ୨ ସପ୍ତାହ ମଧ୍ୟରେ ଆମେରିକରେ କରୋନା ମୃତକଙ୍କ ସଂଖ୍ୟା ଅନେକ ବଢିପାରେ ।

ସର୍ବୋଚ୍ଚ ଶିଖର ଛୁଇଁବା ପରେ ଏହି ସଂଖ୍ୟା ହ୍ରାସ ଘଟିବା ନେଇ ଟ୍ରମ୍ପ ସୂଚନା ପ୍ରଦାନ କରିଛନ୍ତି । ରିପୋର୍ଟ ଅନୁଯାୟୀ ଆମେରିକାରେ କରୋନା ଏପର୍ଯ୍ୟନ୍ତ ୨୪୦୦ ମୁଣ୍ଡ ନେଲାଣି ।

Leave A Reply

Your email address will not be published.