Latest Odisha News

BREAKING NEWS

ବିଶ୍ୱବ୍ୟାପୀ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ହଜାର ଟପିଲା

ନୂଆଦିଲ୍ଲୀ: ସାରା ବିଶ୍ୱରେ ମହାମାରୀ ପାଲଟିଥିବା କରୋନାଭାଇରସ ଜଟିଳ ସ୍ଥିତି ସୃଷ୍ଟି କରୁଛି । ବିଶ୍ୱବ୍ୟାପୀ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ହଜାରକୁ ଟପିଛି । ଜୋନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟର ଟ୍ରାକର ଅନୁଯାୟୀ, ସାରା ଦୁନିଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୪୪,୫୦୦ରେ ପହଞ୍ଚିଛି ।

ଚୀନରେ ଗୁରୁବାର ଦିନ ୩୯ଟି ନୂଆ କରୋନାଭାଇରସର ମାମଲା ଆସିଛି । ପାଖାପାଖି ୧୬୦ଟି ଦେଶ କରୋନଭାଇରସ କବଳରେ ଅଛନ୍ତି ଏବଂ ବିଶ୍ୱବ୍ୟାପୀ ପ୍ରାୟ ୩୦% ରୋଗୀ ସୁସ୍ଥ ହୋଇସାରିଛନ୍ତି ।

ଭାରତରେ ଏଯାଏଁ କରୋନାଭାଇରସ ଦ୍ୱାରା ୧୯୫ଜଣ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୨ ଜଣ ହେଉଛନ୍ତି ବିଦେଶୀ ନାଗରିକ । ଏବଂ ୪ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।

Leave A Reply

Your email address will not be published.