Latest Odisha News

BREAKING NEWS

ଆସ୍ଥାଭୋଟର କିଛି ଘଣ୍ଟା ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଇସ୍ତଫା

ଭୁବନେଶ୍ୱର: ସୁପ୍ରିମକୋର୍ଟ ନିର୍ଦ୍ଦେଶ ମୁତାବକ ବିଧାନସଭାରେ ଆସ୍ଥାଭୋଟ ଅନୁଷ୍ଠିତ ହେବାର ମାତ୍ର କିଛି ଘଣ୍ଟା ପୂର୍ବରୁ ଇସ୍ତଫା ଦେବା ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ । ଭୋପାଳରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରି ସେ ଆଜି ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି । ବିଜେପି ଦ୍ୱାରା ଗଣତନ୍ତ୍ରର ହତ୍ୟା କରାଯାଇଥିବା ଏବଂ ବେଙ୍ଗାଳୁରୁ ରେ ବିଧାୟକଙ୍କୁ ପଣବନ୍ଦୀ ରଖା ଯାଇଥିବା ସେ ଅଭିଯୋଗ କରିଛନ୍ତି । ଇସ୍ତଫା ଦେବାପରେ ମଧ୍ୟ ସେ ରାଜ୍ୟର ଲୋକଙ୍କ ପାଇଁ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟଯେ ଗୁରୁବାର ରାତିରେ ବାଚସ୍ପତି ୧୬ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଇସ୍ତଫା ମଞ୍ଜୁର କରିବାପରେ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୯୨ କୁ ଖସି ଆସିଥିଲା । ଏହି ୧୬ ଜଣଙ୍କ ସମେତ ପୂର୍ବତନ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସମର୍ଥନ କରୁଥିବା ୨୨ ଜଣ ବିଧାୟକ ବାଚସ୍ପତିଙ୍କୁ ଇସ୍ତଫା ପ୍ରଦାନ କରିଥିଲେ ।

Leave A Reply

Your email address will not be published.