Latest Odisha News

BREAKING NEWS

ଗୋପାଳପୁରରେ ସ୍ଥାପିତ ହେବ ଗ୍ଲୋବାଲ୍ ସ୍କେଲ୍ ଟେକ୍ନିକାଲ୍ ଆମୋନିୟମ୍ ନାଇଟ୍ରେଟ୍ ପ୍ଲାଣ୍ଟ

ବ୍ରହ୍ମପୁର : ଗୋପାଳପୁରରେ ସ୍ଥାପିତ ହେବ ଗ୍ଲୋବାଲ୍ ସ୍କେଲ୍ ଟେକ୍ନିକାଲ୍ ଆମୋନିୟମ୍ ନାଇଟ୍ରେଟ୍ ପ୍ଲାଣ୍ଟ । ଏହି ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ହେବାକୁ ଥିବା ଏହି ପ୍ରକଳ୍ପରେ ପ୍ରାୟ ୨୨୦୦ କୋଟି ଟଙ୍କା ବିନିଯୋଗ ହେବ । ପ୍ରକଳ୍ପରେ ପର୍ଯ୍ୟାୟକ୍ରମେ ୧୫୦୦ ଲୋକଙ୍କୁ ଏବଂ କାର୍ଯ୍ୟକ୍ଷମ ପର୍ଯ୍ୟାୟରେ ୩୨୫ ଜଣଙ୍କୁ ନିଯୁକ୍ତି ଦିଆଯିବ । ଭାରତର ଏକ ବିଶ୍ବସ୍ତ ରାସାୟନିକ ପଦାର୍ଥ ଏବଂ ସାର ଉତ୍ପାଦନକାରୀ ଦୀପକ ଫର୍ଟିଲାଇଜର୍ସ ଏବଂ ପେଟ୍ରୋକେମିକାଲ୍ସ କର୍ପୋରେସନ୍ ଲିମିଟେଡର ଶତ ପ୍ରତିଶତ ସହାୟକ କମ୍ପାନୀ ସ୍ମାର୍ଟକେମ୍ ଟେକ୍ନୋଲୋଜି ଲିମିଟେଡ୍ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି ।

ଗୁରୁବାର ଗୋପାଳପୁର ଇଣ୍ଡଷ୍ଟ୍ରିଆଲ୍ ପାର୍କରେ ଆମୋନିଅମ୍ ନାଇଟ୍ରେଟ୍ କମ୍ପ୍ଲେକ୍ସ ପାଇଁ ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ଏହି ଶିଳ୍ପର ମୁଖ୍ୟ ତଥା ପରିଚାଳକ ନିର୍ଦ୍ଦେଶକ ଶୈଳେଶ ମେହେତାଙ୍କ ଉପସ୍ଥିତିରେ ପ୍ଲାଣ୍ଟର ଶିଳାନ୍ୟାସ ହୋଇଛି । ଗୋପାଳପୁରର ଟାଟା ଷ୍ଟିଲ୍ ଇଣ୍ଡଷ୍ଟ୍ରିଆଲ୍ ପାର୍କରେ ୨୨୦୦ କୋଟି ଟଙ୍କା ବିନିଯୋଗରେ ଏହି ପ୍ଲାଣ୍ଟ ନିର୍ମିତ ହେବ । କାରଖାନାର କାସାଲେରୁ ସର୍ବୋତ୍ତମ ଶ୍ରେଣୀର ଟେକ୍ନୋଲୋଜିରେ ପ୍ରସ୍ତୁତ କରାଯିବ ।

ଅଗଷ୍ଟ ୨୦୨୪ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ । ଜାନୁଆରୀ ୨୦୨୨ରୁ ପାଇଲିଂ କାମ ଆରମ୍ଭ ହେବ । ଘରୋଇ ଚାହିଦାକୁ ଦୃଷ୍ଟିରେ ରଖି ଏହା ପ୍ରମୁଖ ଖଣିଜ ହବ୍ ଏବଂ ଗୋପାଳପୁର ବନ୍ଦର ନିକଟରେ ଅବସ୍ଥିତ । ଟେକ୍ନିକାଲ ଆମୋନିୟମ୍ ନାଇଟ୍ରେଟ୍ ଏକ ଆନ୍ତର୍ଜାତୀୟ ସାମଗ୍ରୀ ହୋଇଥିବାରୁ ଏହି ପ୍ରକଳ୍ପ ଆନ୍ତର୍ଜାତୀୟ ମାନ୍ୟତା ପାଇଁ ଓଡ଼ିଶାକୁ ମାନଚିତ୍ରରେ ରଖିବା ଦିଗରେ ସହାୟକ ହେବ ।

Leave A Reply

Your email address will not be published.