Latest Odisha News

BREAKING NEWS

ଟ୍ରୋଲ ହେବା ପରେ ମୁହଁ ଖୋଲିଲେ ଗାଙ୍ଗୁଲି

କୋଲକାତା: ବିରାଟ କୋହଲି ଭାରତୀୟ କ୍ରିକେଟ ଦଳର ଦିନିକିଆ ଅଧିନାୟକ ପଦରୁ ହଟିବା ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସେକ୍ରେଟାରୀ ଜୟ ଶାହ ଟ୍ରୋଲ ହେବାରେ ଲାଗିଥିଲେ । ଗୁରୁବାର ଏ ନେଇ ଗାଙ୍ଗୁଲି ମୁହଁ ଖୋଲିଛନ୍ତି । ସେ କହିଛନ୍ତି କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ନିଷ୍ପତି ବିସିସିଆଇ ଓ ଚୟନ କମିଟି ମିଳିତ ଭାବେ ନେଇଥିଲେ । ସେମାନଙ୍କ ମତରେ ସୀମିତ ଓଭର କ୍ରିକେଟରେ ୨ଟି ଅଧିନାୟକ ରହିବା ଦଳ ପାଇଁ ଠିକ ହେବ ନାହିଁ । ଫଳରେ କୋହଲିଙ୍କ ସ୍ଥ୍‌ାନରେ ରୋହିତ ଶର୍ମାଙ୍କୁ ଉଭୟ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିଲା ।

କୋହଲି ଯେତେବେଳେ ଟି୨୦ ଅଧିନାୟକ ପଦ ଛାଡିବା ପାଇଁ କହିଥିଲେ ମୁଁ ବ୍ୟକ୍ତିଗତ ଭାବେ ମନା କରିଥିଲି । ସେ କିନ୍ତୁ ରାଜି ହୋଇ ନ ଥିଲେ । ଏଥିନେଇ ବିସିସିଆଇ ପକ୍ଷରୁ କୌଣସି ଚାପ ପକାଯାଇ ନ ଥିଲା । ଦୀର୍ଘ ସମୟ ଧରି ଜଣେ ୩ଟି ଯାକ ଫର୍ମାଟରେ ଅଧିନାୟକ ହେବା ସହଜ କଥା ନୁହେଁ । ମୁଁ ୬ ବର୍ଷ ଧରି ଅଧିନାୟକ ଦାୟିତ୍ୱ ତୁଲାଇଛି । ବାହାରୁ ସବୁ କିଛି ସାଧାରଣ ଜଣା ପଡୁଥିଲେ ମଧ୍ୟ ଯିଏ ଅଧିନାୟକ ସେ ଏହାର କଷ୍ଟ ଜାଣିପାରିବ ବୋଲି ଗାଙ୍ଗୁଲି କହିଛନ୍ତି ।

Leave A Reply

Your email address will not be published.