Latest Odisha News

ଗ୍ଲୋବାଲ୍ ୱାର୍ମିଂ ଡେଙ୍ଗୁ ଜ୍ୱରର ବିସ୍ତାର ହ୍ରାସ କରିପାରେ; ରିପୋର୍ଟ

ୱାଶିଂଟନ୍: ଗ୍ଲୋବାଲ୍ ୱାର୍ମିଂ ଡେଙ୍ଗୁ ଜ୍ୱରର ବିସ୍ତାରକୁ ସୀମିତ କରିପାରେ। ଗ୍ଲୋବାଲ୍ ୱାର୍ମିଂ କମିପାରେ ଡେଙ୍ଗୁର ପ୍ରଭାବ। ଗୁରୁବାର ଦିନ ପିଏଲ୍‌ଓଏସ୍‌ ନେଗ୍‌ଲେଟେଡ୍‌ ଟ୍ରପିକାଲ୍ ଡିଜିଜ୍ ପତ୍ରିକାରେ ପ୍ରକାଶିତ ତଥ୍ୟରୁ ଏହା ଜଣାପଡିଛି। ଉଷ୍ମ ତାପମାତ୍ରାରେ ଡେଙ୍ଗୁ ଭୂତାଣୁ ସଂକ୍ରମଣ ମଶାକୁ ଅଧିକ ନିଷ୍କ୍ରିୟ କରିଥାଏ।

ଡେଙ୍ଗୁ ଜ୍ୱର, ଏକ ସାଂଘାତିକ ମାରାତ୍ମକ ରୋଗ ଯେଉଁଥିପାଇଁ କୌଣସି ଚିକିତ୍ସା ନାହିଁ। ମଶା କାମୁଡ଼ିବା ଦ୍ବାରା ଏହି ରୋଗର ଶିକାର ହୋଇଥାନ୍ତି ଲୋକେ।

ଆମେରିକାର ପେନସିଲଭାନିଆ ଷ୍ଟେଟ ୟୁନିଭରସିଟିର ପ୍ରଫେସର ଏଲିଜାବେଥ ମ୍ୟାକଗ୍ରା କହିଛନ୍ତି ଯେ ଜିକା, ଚିକୁନଗୁନିଆ ଏବଂ ହଳଦିଆ ଜ୍ୱର ସମେତ ଅନେକ ରୋଗ ସୃଷ୍ଟି କରୁଥିବା ଭୂତାଣୁ ସଂକ୍ରମଣ ପାଇଁ ଏହି ମଶା ମଧ୍ୟ ଦାୟୀ। ୨୦୫୦ ବେଳକୁ ମଶାମାନଙ୍କ ସଂଖ୍ୟା ବିଶ୍ବ ଜନସଂଖ୍ୟାର ୫୦ ପ୍ରତିଶତ ବୃଦ୍ଧି ପାଇପାରେ। ଏହାର ପ୍ରମୁଖ କାରଣ ହୋଇପାରେ ସୁଦ୍ଧା ସହରୀକରଣ ଏବଂ ଜଳବାୟୁ ପରିବର୍ତ୍ତନ।

Comments are closed.