Latest Odisha News

BREAKING NEWS

ଭାରତ ବାହାରେ ପ୍ରଭୁ ରାମଙ୍କ ମହିମା, ଦେଶର ମୁଦ୍ରାର ନାମ ରାମ୍

ଭୁବନେଶ୍ୱର: ଏବେ ସୋଶାଆଲ ମିଡିଆରେ ଗୋଟିଏ ଚର୍ଚ୍ଚା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ନେଇ । ରାମଲାଲା ଦୀର୍ଘ ପାଞ୍ଚ ଶହ ବର୍ଷ ପରେ ବିରାଜିଛନ୍ତି ତାଙ୍କ ସ୍ଥାନକୁ। ଏହାକୁ ନେଇ ଅଯୋଧ୍ୟାରୁ ଆମେରିକା ସବୁଠି ରାମଲାଲାଙ୍କ ମହିମାକୁ ନେଇ ଚର୍ଚ୍ଚା ଚାଲିଛି। ତେଣୁ ଏହି ପ୍ରସଙ୍ଗ କେବଳ ଭାରତରେ ସୀମିତ ନାହିଁ। କିନ୍ତୁ ଏପରି ଦେଶ ଅଛି ଯେଉଁଠି ପ୍ରଭୁ ରାମଙ୍କ ନାମରେ ମୁଦ୍ରା ରହିଛି।

ବିଶ୍ୱରେ ଏମିତି ଅନେକ ଦେଶ ଅଛି, ଯେଉଁଠି ରାମ ନାମର ସ୍ୱର ଉଠିଥାଏ। ଏଭଳି ପରିସ୍ଥିତିରେ ରାମ ମୁଦ୍ରା ସମ୍ବନ୍ଧୀୟ ଏଭଳି ସୂଚନା ଓ ଫଟୋ ପୂର୍ବରୁ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ସେୟାର ହୋଇସାରିଥିବା ବେଳେ କିଛି ଦିନ ହେବ ସୋସିଆଲ ମିଡିଆରେ ଏଭଳି ପୋଷ୍ଟ ବ୍ୟାପକ ମାତ୍ରାରେ ପ୍ରସାରିତ ହେଉଛି, ଯାହା ଖୁବ ଭାଇରାଲ ହେବାରେ ଲାଗିଛି ।

ଭଗବାନ ରାମଙ୍କ ଫଟୋ ଥିବା ନୋଟ୍ ସମ୍ପୂର୍ଣ୍ଣ ଅସଲି, ଏହା ଫଟୋ ଦୋକାନ ମାଧ୍ୟମରେ ତିଆରି ହୋଇନାହିଁ । ସେହିପରି ଯେଉଁ ହିନ୍ଦୁ ରାଷ୍ଟ୍ରରେ ଏହି ନୋଟ୍ ଚାଲୁଛି ବୋଲି ଦାବି କରାଯାଉଛି, ତାହାର ନାମ ଗ୍ଲୋବାଲ କଣ୍ଟ୍ରି ଅଫ୍ ୱାର୍ଲ୍ଡ ପିସ୍ (ଜିସିଡବ୍ଲୁପି) ରଖାଯାଇଛି। ବିଶ୍ୱ ଶାନ୍ତି ରାଷ୍ଟ୍ର ୨୦୦୨ ମସିହାରେ ନିଜର ମୁଦ୍ରା ଜାରି କରିଥିଲା, ଯାହାର ନାମ ରାମ ରଖାଯାଇଥିଲା । ନୋଟରେ ଭଗବାନ ରାମଙ୍କ ଫଟୋ ରହିଛି।

ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଗ୍ଲୋବାଲ କଣ୍ଟ୍ରି ଅଫ୍ ୱାର୍ଲ୍ଡ ପିସ୍ ପକ୍ଷରୁ ଜାରି କରାଯାଇଥିବା ଏହି ନୋଟ୍ ଗୁଡ଼ିକ ଏଠାକାର ୧୦୦ଟି ଦୋକାନ, ପ୍ରାୟ ୩୦ଟି ଗାଁ ଓ ସହରରେ ଗ୍ରହଣୀୟ। ତେବେ ଏହି ମୁଦ୍ରାକୁ ବିଶ୍ୱ ବ୍ୟାଙ୍କ ସ୍ୱୀକୃତି ଦେଇନାହିଁ । ତେବେ ସେଠାରେ ଏହି ନୋଟ୍ କୁ ସରକାରୀ ମୁଦ୍ରା ଭାବେ ବିବେଚନା କରାଯାଏ ନାହିଁ। ଏହାକୁ କେବଳ ଏକ ସ୍ୱତନ୍ତ୍ର ସର୍କଲରେ ବ୍ୟବହାର କରାଯାଏ ।

ମିଳିଥିବା ସୂଚନା ଅନୁଯାୟୀ, ଏହା କୌଣସି ହିନ୍ଦୁ ରାଷ୍ଟ୍ର ନୁହେଁ ବରଂ ଏକ ଶିକ୍ଷାନୁଷ୍ଠାନର ମୁଖ୍ୟାଳୟ। ୨ ହଜାର ମସିହାରେ ଆଧ୍ୟାତ୍ମିକ ଗୁରୁ ମହର୍ଷି ମହେଶ ଯୋଗୀ ଏହା ପ୍ରତିଷ୍ଠା କରିଥିଲେ । ଏହି ସ୍ଥାନ ଆମେରିକାର ଲୋଆରେ ଅବସ୍ଥିତ । ୨୦୦୮ ମସିହାରେ ମହର୍ଷିଙ୍କର ମୃତ୍ୟୁ ହୋଇଥିଲା। ଏବେ ଟୋନି ନାଦର ଏହି ସଂଗଠନର ନେତୃତ୍ୱ ନେଉଛନ୍ତି।

ମହର୍ଷି ବୈଦିକ ସହରରେ ବସବାସ କରୁଥିବା ତାଙ୍କ ଅନୁଗାମୀମାନେ କାମ ବଦଳରେ ଏହି ମୁଦ୍ରାରେ କାରବାର କରନ୍ତି । ଗୋଟିଏ ରାମ ମୁଦ୍ରାର ମୂଲ୍ୟ ୧୦ ଆମେରିକୀୟ ଡଲାର ଧାର୍ଯ୍ୟ କରାଯାଇଛି। ଏଭଳି ୩ଟି ନୋଟ୍ ଛପା ଯାଇଥିଲା। ଗୋଟିଏ ରାମର ମୂଲ୍ୟ ୧୦ ଡଲାର, ଦୁଇଟି ରାମର ମୂଲ୍ୟ ୨୦ ଡଲାର ଏବଂ ତିନୋଟି ରାମର ମୂଲ୍ୟ ୨୦ ଆମେରିକୀୟ ଡଲାର । ଆଶ୍ରମ ଭିତରେ ସଦସ୍ୟମାନେ ଏହାକୁ ପରସ୍ପର ମଧ୍ୟରେ ବ୍ୟବହାର କରିଥାନ୍ତି। ଯେତେବେଳେ ଆପଣ ଆଶ୍ରମରୁ ବାହାରକୁ ଯାଆନ୍ତି, ସେମାନେ ଏହି ମୁଦ୍ରାର ମୂଲ୍ୟ ସହିତ ସମାନ ଡଲାର ନେଇଥାନ୍ତି ।

Comments are closed.