Latest Odisha News

BREAKING NEWS

’12th Fail’ ସିନେମାର ମୂଳ ହିରୋ ଆଇପିଏସ୍ ଅଫିସର ମନୋଜ ଶର୍ମାଙ୍କୁ ମିଳିଲା ମେଡାଲ

ନୂଆଦିଲ୍ଲୀ: ଯୁକ୍ତ ଦୁଇ ଫେଲ୍’ ବା 12th Fail ଫିଲ୍ମର କାହାଣୀ ଯେଉଁ ଆଇପିଏସ୍ ଅଫିସର ମନୋଜ କୁମାର ଶର୍ମାଙ୍କ କାହାଣୀକୁ ନେଇ ଗତିଶୀଳ ତାଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ସମ୍ମାନିତ କରାଯାଇଛି। ଜାନୁଆରି ୨୫ ତାରିଖ ସନ୍ଧ୍ୟାରେ ଅର୍ଥାତ ୭୫ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଯେଉଁ ୩୭ ଜଣ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍) ଯବାନଙ୍କୁ ପୁଲିସ ଓ ଅଗ୍ନିଶମ ସେବା ପଦକ ପ୍ରଦାନ କରାଯାଇଛି ସେମାନଙ୍କ ମଧ୍ୟରେ ମନୋଜ କୁମାର ଶର୍ମା ମଧ୍ୟ ଅଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମହାରାଷ୍ଟ୍ର କ୍ୟାଡରର ୨୦୦୫ ବ୍ୟାଚ୍ ଆଇପିଏସ୍ ଅଧିକାରୀ ମନୋଜ ଶର୍ମା, ବିହାର କ୍ୟାଡରର ତାଙ୍କ ବ୍ୟାଚମେଟ୍ ଜିତେନ୍ଦ୍ର ରାଣା ଏବଂ ଅନ୍ୟ କିଛି ବ୍ୟକ୍ତିଙ୍କୁ ମଧ୍ୟ ମେରିଟୋରିୟସ୍ ସର୍ଭିସ୍ ମେଡାଲ (ଏମ୍ଏସ୍ଏମ୍) ପାଇଁ ମନୋନୀତ କରିଛି। ଉଭୟ ମନୋଜ ଓ ରାଣା ସିଆଇଏସଏଫରେ ଡେପୁଟେସନରେ ଅଛନ୍ତି ଏବଂ ବିମାନ ସୁରକ୍ଷା ଶାଖା (ଏସଏସଜି)ରେ ଅବସ୍ଥାପିତ ଅଛନ୍ତି। ଉଭୟ ଅଧିକାରୀ ମୁମ୍ବାଇ ଏବଂ ଦିଲ୍ଲୀ ବିମାନବନ୍ଦରରେ ସିଆଇଏସଏଫ ୟୁନିଟର ମୁଖ୍ୟ ବିମାନବନ୍ଦର ସୁରକ୍ଷା ଅଧିକାରୀ ଭାବରେ କାର୍ଯ୍ୟ କରନ୍ତି ।

୨୩ ଅକ୍ଟୋବର ୨୦୨୩ରେ ମୁକ୍ତିଲାଭ କରିଥିବା ଫିଲ୍ମ ’12th Fail’ ମନୋଜ ଶର୍ମାଙ୍କ ଜୀବନଉପରେ ଆଧାରିତ। ଅନୁରାଗ ପାଠକଙ୍କ ଦ୍ୱାରା ତିଆରି ହୋଇଥିବା ଏହି ଫିଲ୍ମରେ ଆଇପିଏସ୍ ଅଫିସର ମନୋଜ କୁମାର ଶର୍ମା ଚମ୍ବଲ ଅଞ୍ଚଳର ଏକ ଗାଁରୁ ବାହାରି ଆଇପିଏସ୍ ହୋଇଛନ୍ତି। ତେବେ ସେମାନଙ୍କର ସଂଘର୍ଷ କ’ଣ ଥିଲା, ଦ୍ୱାଦଶ ଶ୍ରେଣୀରେ ଫେଲ୍ ହୋଇଥିବା ଗାଁର ଜଣେ ବାଳକ କିପରି ଦିଲ୍ଲୀ ଆସି ଦେଶର ସର୍ବବୃହତ ପ୍ରଶାସନିକ ସେବା ପରୀକ୍ଷାରେ ପାସ୍ କରିଥାଏ। ଫିଲ୍ମରେ ମନୋଜଙ୍କ ଭୂମିକାରେ ଅଛନ୍ତି ବିକ୍ରାନ୍ତ ମେସି । ମେଧା ଶଙ୍କର ମନୋଜଙ୍କ ଗର୍ଲଫ୍ରେଣ୍ଡ ଶ୍ରଦ୍ଧା ଭୂମିକାରେ ଅଛନ୍ତି।

ଯୁକ୍ତ ଦୁଇ ଫେଲ୍ ହେଉଛି ଆଇଏମଡିବିରେ ୨୦୨୩ର ସର୍ବୋଚ୍ଚ ରେଟେଡ୍ ଚଳଚ୍ଚିତ୍ର। ତିନି ମାସ ଧରି ପ୍ରେକ୍ଷାଳୟରେ ଚାଲିବା ପରେ ଏହା ଡିସେମ୍ବର ୨୯ରେ ଡିଜନି+ ହଟଷ୍ଟାରରେ ମୁକ୍ତିଲାଭ କରିଛି। ଫିଲ୍ମଟିକୁ ଆଇଏମଡିବିରେ ଦର୍ଶକ ୯.୨ ରେଟିଂ ଦେଇଛନ୍ତି ।

Leave A Reply

Your email address will not be published.