Latest Odisha News

ଗୁଗୁଲର ବଡ ଘୋଷଣା; ୨ ବର୍ଷ ଧରି ବ୍ୟବାହର ହୋଇନଥିବା ଜି-ମେଲ ଆକାଉଣ୍ଟକୁ ବନ୍ଦ କରାଯିବ

ନୂଆଦିଲ୍ଲୀ: ବହୁ ସଂଖ୍ୟକ ଲୋକ ଜି-ମେଲ ବ୍ୟବହାର କରୁଛନ୍ତି । ପୂର୍ବରୁ ୟାହୁ ଏବଂ ରେଡିଫ୍ ଲୋକପ୍ରିୟ ଇମେଲ୍ ପ୍ଲାଟଫର୍ମ ଥିଲା, ହେଲେ ବର୍ତ୍ତମାନ ଜି-ମେଲ ଆକାଉଣ୍ଟ୍ ସବୁଠାରୁ ଲୋକପ୍ରିୟ ହୋଇଛି । ଆପଣ ଯାହାଠୁ ଶୁଣିବେ ତାଙ୍କର ନିଶ୍ଚିତ ଭାବରେ ଏକ ଜି-ମେଲ ଆକାଉଣ୍ଟ ନିଶ୍ଚିତ ଭାବେ ଥିବ । କିନ୍ତୁ ଗୁଗୁଲ ଏକ ଘୋଷଣା କରିଛି ଯାହା କିଛି ଜି-ମେଲ ବ୍ୟବହାରକାରୀଙ୍କୁ ଏକ ବଡ଼ ଝଟକା ଦେବ । ଗୁଗୁଲ ଏହାର ଇନଆକ୍ଟିଭ ଆକାଉଣ୍ଟ ପଲିସିରେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ ଘୋଷଣା କରିଛି । ଡିସେମ୍ବର ୧ ତାରିଖ ୨୦୨୩ ମସିହା ଠାରୁ ଗୁଗୁଲ ଅତି କମରେ ଦୁଇ ବର୍ଷ ଧରି ବ୍ୟବହାର ହେଉନଥିବା ଆକାଉଣ୍ଟକୁ ବନ୍ଦ କରିଦେବାକୁ ଯୋଜନା କରିଛି ।

ତେବେ କମ୍ପାନୀ ଦୁଇ ବର୍ଷ ଧରି ବ୍ୟବାହର ହେଉନଥିବା ଆକାଉଣ୍ଟ ସହିତ ଜଡିତ ବିଷୟ ବସ୍ତୁକୁ ମଧ୍ୟ ହଠାଇବାର ଯୋଜନା କରିଛି ଯେଉଁ ଜିମେଲରେ ଫଟୋ, ଡ୍ରାଇଭ୍ ଡକ୍ୟୁମେଣ୍ଟ୍, ଆଦି ଅନ୍ତର୍ଭୁକ୍ତ । ଚଳିତବର୍ଷ ମେ’ ମାସରେ ଗୁଗୁଲ ପ୍ରକାଶ କରିଥିଲା ଯେ, ପୁରୁଣା କିମ୍ବା ବ୍ୟବାହାର ହେଉନଥିବା ଆକାଉଣ୍ଟ ଗୁଡିକ ହ୍ୟାକ୍ ହେବାର ସମ୍ଭାବନା ଅଧିକ ଏବଂ ଏହାକୁ ଏଡାଇବା ପାଇଁ କମ୍ପାନୀ ଏହାର ଇନଆକ୍ଟିଭ ଆକାଉଣ୍ଟ ପଲିସି ଅପଡେଟ୍ କରୁଛି ।

ଯଦି ଆପଣ ପ୍ରାୟ ଦୁଇ ବର୍ଷ ପୂର୍ବେ ଏକ ଗୁଗୁଲ୍ ଆକାଉଣ୍ଟ୍ ତିଆରି କରିଥିଲେ, କିନ୍ତୁ ବର୍ତ୍ତମାନ ଏହାକୁ ବ୍ୟବହାର କରୁନାହାଁନ୍ତି, ତେବେ କମ୍ପାନୀ ପକ୍ଷରୁ ଆପଣଙ୍କୁ ପ୍ରଥମେ ଏକ ନୋଟିସ ଯିବ ଏବଂ ପରେ ଏହି ଆକାଉଣ୍ଟକୁ ଡିଲିଟ୍ କରିବ ।

କମ୍ପାନୀ ଏହି ଆକାଉଣ୍ଟଗୁଡିକ ସହିତ ଉପଭୋକ୍ତାମାନଙ୍କୁ ଇମେଲ ପଠାଉଛି, ଯେଉଁଥିରେ ଗୁଗୁଲ ପୁନର୍ବାର ଗ୍ରାହକମାନଙ୍କୁ ସତର୍କ କରାଉଛି ଯେ ଇନଆକ୍ଟିଭ ଆକାଉଣ୍ଟ ଗୁଡିକର ଡିଲିଟ ପ୍ରକ୍ରିୟା ୧ ଡିସେମ୍ବର ୨୦୨୩ ରୁ ଆରମ୍ଭ ହେବ ।

ଯଦି ଆପଣଙ୍କର ଗୁଗୁଲ୍ ଆକାଉଣ୍ଟକୁ ସକ୍ରିୟ ରଖିବାକୁ ଚାହୁଁଛନ୍ତି ତେବେ ପ୍ରତି ଦୁଇ ବର୍ଷରେ ଅତି କମ୍ ରେ ଥରେ ଲଗ୍ ଇନ୍ କରନ୍ତୁ । ଏହାର କାରଣ ହେଉଛି ଯଦି ଆପଣ ଗତ ଦୁଇ ବର୍ଷ ମଧ୍ୟରେ ଆପଣଙ୍କର ଗୁଗୁଲ୍ ଆକାଉଣ୍ଟକୁ ବ୍ୟବାହର କରିନାହାଁନ୍ତି, ତେବେ ଏହା ଡିଆକ୍ଟିଭ ବୋଲି ଧରାଯିବ ଏବଂ ଏହାକୁ ଡିଲିଟ କରାଯିବ ।

Comments are closed.