Latest Odisha News

BREAKING NEWS

ଡମ୍ଫର-ପିକଅପ୍‌ ଭ୍ୟାନ ମୁହାଁମୁହିଁ ଧକ୍କା, ପିକଅପ ଚାଳକ ମୃତ

ବଲାଙ୍ଗୀର: ବଲାଙ୍ଗୀର-ପାଟଣାଗଡ଼ ରାସ୍ତାର ପଥରଚେପା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡମ୍ଫର ଓ ପିକଅପ୍‌ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ପିକଅପ୍‌ ଭ୍ୟାନ୍ ଡ୍ରାଇଭର । ଏହି ଦୁର୍ଘଟଣାଟି ଆଜି (ରବିବାର)ସକାଳୁ ଘଟିଛି । ଅନ୍ୟପଟେ ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି ।

ଖବର ମୁତାବକ, ଆଜି ସକାଳେ ଡମ୍ଫରଟି ବଲାଙ୍ଗିରରୁ ପାଟଣାଗଡ଼ ଅଭିମୁଖେ ଯାଉଥିବାବେଳେ, ଏହି ସମୟରେ ପାଟଣାଗଡ଼ ପଟୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏତେ ଯୋରରେ ଉଭୟ ଗାଡି ପରସ୍ପର ସହ ଧକ୍କା ହୋଇଥିଲେ ଯେ,  ପିକଅପ୍ ଭ୍ୟାନ୍ ଗାଡ଼ି ଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବା ବେଳେ ଉକ୍ତ ଗାଡିର ଡ୍ରାଇଭରଙ୍କର ଘଟଣାସ୍ଥଳରେ ହିଁ  ମୃତ୍ୟୁ ଘଟିଛି ।

ଖବରପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.