Latest Odisha News

BREAKING NEWS

ପାକ୍‌-ବାଂଲା କ୍ରିକେଟ ସିରିଜ: ଯାଉ ଯାଉ ନାଟ ଲଗାଇଲାଣି ପାକିସ୍ତାନ

ଢ଼ାକା: ଟି୨୦ ବିଶ୍ୱକପ କ୍ରିକେଟ ପରେ ପାକିସ୍ତାନ ଟିମ ବାଂଲାଦେଶ ଗସ୍ତରେ ଯାଇଛି । ତେବେ ଏଠାରେ ସିରିଜ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ଖେଳାଳିମାନେ ଜାତୀୟ ପତାକା ଲଗାଇ ଅଭ୍ୟାସ କରିବା ଯୋଗୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । କୋଚ ସାକଲେନ ମୁସ୍ତାକ ଖେଳାଳିମାନଙ୍କ ମନୋବଳ ବଢ଼ାଇବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଥିଲେ । ଅବଶ୍ୟ ଏଥିନେଇ ତାଙ୍କୁ ସମାଲୋଚିତ ହେବାକୁ ପଡିଛି ।

ବାଂଲାଦେଶ ପ୍ରଶଂସକମାନେ ଗୋ ବ୍ୟାକ ପାକିସ୍ତାନ ବ୍ୟାନର ଲଗାଇବା ସହ ସିରିଜ ରଦ୍ଦ କରିବା ପାଇଁ ଦାବୀ କରିଛନ୍ତି । ଅନ୍ୟ କୌଣସି ଦେଶ ଏ ଭଳି ପଦକ୍ଷେପ ଗ୍ରହଣ କରି ନ ଥିବା ବେଳେ ପାକିସ୍ତାନ କାହିଁକି ଏପରି କଲା ତାହା ନିଶ୍ଚିତ ଭାବେ ଚିନ୍ତାର ବିଷୟ ବୋଲି ଜଣେ ବୁଦ୍ଧିଜୀବୀ କହିଛନ୍ତି । ୨୬ ନଭେମ୍ବରରୁ ଟେଷ୍ଟ ସିରିଜ ଆରମ୍ଭ ହେବ ।

Leave A Reply

Your email address will not be published.