Latest Odisha News

ଗୋଆ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ପଞ୍ଜି: କରୋନା ଆକ୍ରାନ୍ତ ହୋଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ଡା. ପ୍ରମୋଦ ସାୱନ୍ତ। ଏ ନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି ଯେ, “ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । ମୁଁ ହୋମ ଆଇସିଲେଶନରେ ଅଛି। ମୁଁ ଘରୁ ମୋ କାର୍ଯ୍ୟ କରିବି। ମୁଁ ଅନୁରୋଧ କରୁଛି ଯେ, ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛନ୍ତି, ଦୟାକରି ନିଜକୁ ସଙ୍ଗରୋଧ କରନ୍ତୁ ଏବଂ କରୋନା ପରୀକ୍ଷା କରାଇ ନିଅନ୍ତୁ”।

କରୋନା ଦେଶର ଅନେକ ନେତାଙ୍କୁ ସଂକ୍ରମିତ କରିଛି । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ ବହୁ ନେତା ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comments are closed.