Latest Odisha News

BREAKING NEWS

ଆଉ ୧୧ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟସଂଖ୍ୟା ୫୧୪

ଭୁବନେଶ୍ୱର: କରୋନା ନେଲା ଆଉ ୧୧ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ୮ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ତିନି ଜଣ ମହିଳା ଅଛନ୍ତି । ବାକି ୮ ଜଣ ପୁରୁଷ ।

ଗଞ୍ଜାମ ଜିଲ୍ଲାରୁ ୩ ଜଣ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ(ଭୁବନେଶ୍ୱର) କରୋନା ନେଇଛି ଆଉ ଦୁଇ ମୁଣ୍ଡ । ସମ୍ୱଲପୁର, ପୁରୀ, ରାୟଗଡ଼ା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୧୪କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ୍ ମୃତ୍ୟୁହାର ରହିଛି ୦.୪୬% ।

Leave A Reply

Your email address will not be published.