Latest Odisha News

BREAKING NEWS

ବିଜେଡ଼ିରେ ଯୋଗଦାନ କଲେ କିନ୍ନର ନେତ୍ରୀ ମୀରା ପରିଡ଼ା

ଭୁବନେଶ୍ୱର: ସାମାଜିକ କର୍ମୀ ତଥା ନିଖିଳ ଓଡ଼ିଶା କିନ୍ନର ବିକାଶ ଟ୍ରଷ୍ଟର ଅଧ୍ୟକ୍ଷା ମୀରା ପରିଡ଼ା ରବିବାର ଦିନ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି

ସେ ତାଙ୍କର ସମର୍ଥକମାନଙ୍କ ସହିତ ନବୀନ ନିବାସରେ ପହଞ୍ଚି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହିତ ଆନୁଷ୍ଠାନିକ ଭାବେ ବିଜେଡ଼ିରେ ଯୋଗ ଦେଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ମୀରା କହିଛନ୍ତି, ସେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ଲଢିବାକୁ ଇଚ୍ଛୁକ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବରୁ ଜଣାଇଛନ୍ତି ।

Leave A Reply

Your email address will not be published.