Latest Odisha News

BREAKING NEWS

Goa nightclub fire: ଗୋଆ କ୍ଲବ ଅଗ୍ନିକାଣ୍ଡ: ଲୁଥ୍ରା ବ୍ରଦର୍ସଙ୍କ ସହ-ମାଲିକ ଗିରଫ

ନୂଆଦିଲ୍ଲୀ: ଗୋଆର ବିର୍ଚ ବାଏ ରୋମିଓ ଲେନ୍ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ମାମଲାରେ ଗୋଆ ପୋଲିସ ନୂଆଦିଲ୍ଲୀରୁ ଆଉ ଜଣେ ଅଭିଯୁକ୍ତ ଅଜୟ ଗୁପ୍ତାଙ୍କୁ ଗିରଫ କରିଛି। ପୂର୍ବରୁ ତାଙ୍କ ବିରୁଦ୍ଧରେ ଏକ ଲୁକଆଉଟ୍ ସର୍କୁଲାର ଜାରି କରାଯାଇଥିଲା, ଯାହା ଫଳରେ ସେ ଦେଶ କିମ୍ବା ରାଜ୍ୟ ବାହାରକୁ ଯିବାକୁ ଚେଷ୍ଟା କରିପାରିବେ ନାହିଁ।

ପୋଲିସର କହିବାନୁସାରେ, ନାଇଟ୍ କ୍ଲବର ଅଗ୍ନିକାଣ୍ଡ ପରେ ଅଜୟଙ୍କୁ ଧରିବା ପାଇଁ ଦିଲ୍ଲୀରେ ରେଡ୍ ହୋଇଥିଲା । କିନ୍ତୁ ସେ ତାଙ୍କ ବାସଭବନରେ ନଥିଲେ । କିନ୍ତୁ ଦିଲ୍ଲୀର ଅନ୍ୟ ଏକ ସ୍ଥାନରୁ ତାଙ୍କୁ ଗିରଫ କରାଯାଇଛି ।

ଗିରଫ ଅଜୟ, ସୌରଭ ଏବଂ ଗୌରବଙ୍କ ବହୁତ ନିକଟତର। ସୂଚନାଥାଉକି ନାଇଟ କ୍ଲବ ମାଲିକ ମାଲିକ ସୌରଭ ଏବଂ ଗୌରବ ଲୁଥରା ଦେଶ ଛାଡି ଥାଇଲ୍ୟାଣ୍ଡକୁ ପଳାଇ ଯାଇଛନ୍ତି । ଅଜୟ ଗୁପ୍ତା, ସୌରଭ ଏବଂ ଗୌରବଙ୍କ ବ୍ୟବସାୟିକ ଅଂଶୀଦାର ବୋଲି କୁହାଯାଉଛି।

ଗୋଆ ସରକାର ମଙ୍ଗଳବାର ଅପରାହ୍ନରେ ଭାଗାଟୋର ଅଞ୍ଚଳର ବେଆଇନ ରୋମିଓ ଲେନ୍ ରେଷ୍ଟୁରାଣ୍ଟକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହା ଲୁଥ୍ରା ବ୍ରଦର୍ସ, ଗୌରବ ଲୁଥ୍ରା ଏବଂ ସୌରଭ ଲୁଥ୍ରାଙ୍କ ମାଲିକାନାରେ ଅଛି।

ସୌରଭ ଲୁଥ୍ରା ୨୦୧୬ ମସିହାରେ ଦିଲ୍ଲୀରେ ରୋମିଓ ଲେନ୍ କ୍ଲବ୍ ଆରମ୍ଭ କରିବା ପାଇଁ ଚାକିରି ଛାଡି ଦେଇଥିଲେ। ତାଙ୍କ ସାମ୍ରାଜ୍ୟ ସେବେଠାରୁ ଚାରିଟି ଦେଶକୁ ବିସ୍ତାରିତ ହୋଇଛି।

Comments are closed.