Latest Odisha News

BREAKING NEWS

ତରୁଣ ତେଜପାଲ ଯୌନ ନିର୍ଯାତନା ମାମଲା; ଆସନ୍ତା ୨୧ରେ ହୋଇପାରେ ପରବର୍ତ୍ତୀ ଶୁଣାଣି

ପାଣାଜୀ: ପୂର୍ବତନ ତେହେଲ୍କା ସମ୍ପାଦକ ତରୁଣ ତେଜପାଲଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାରେ ଗୋଆର ଏକ ସେସନ୍ କୋର୍ଟ ବୁଧବାର ଏହାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି। ଏହି ମାମଲାକୁ ମେ ୨୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ତରୁଣ ତେଜପାଲଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ସୁହାସ ଭେଲିପ୍‌ କହିଛନ୍ତି ଯେ ସ୍ଥଗିତାଦେଶର କାରଣ ହେଉଛି ଗତ ୨ରୁ୩ ଦିନ ଧରି ବିଦ୍ୟୁତ୍ ସଂଯୋଗ ନଥିଲା ଏବଂ ସେ ଏହା ଉପରେ କାମ କରିପାରିନଥିଲେ। ତେଣୁ ତାଙ୍କୁ କିଛି ସମୟ ଆବଶ୍ୟକ। ମେ ୨୧ରେ ଏହାର ପରବର୍ତ୍ତୀ ଶୁଣାଣି ହେବା ସ୍ଥିର ହୋଇଛି।”

ବର୍ତ୍ତମାନ ଜାମିନରେ ଥିବା ତରୁଣ ତେଜପାଲ ୨୦୧୩ ରେ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଉତ୍ତର ଗୋଆର ଏକ ପଞ୍ଚତାରକା ରିସର୍ଟରେ ତାଙ୍କ ସହକର୍ମୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ତାଙ୍କୁ ନଭେମ୍ବର ୩୦ରେ ଗିରଫ କରାଯାଇଥିଲା।

Comments are closed.