ନୂଆଦିଲ୍ଲୀ: ଡିସେମ୍ବର ମାସରେ ଗୋଆରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ସନ୍ବର୍ନ ଇଲେକ୍ଟ୍ରୋନିକ୍ ଡ୍ୟାନ୍ସ ମ୍ୟୁଜିକ୍ ଫେଷ୍ଟିଭାଲର ଆୟୋଜକମାନଙ୍କୁ ଦିଆଯାଇଥିବା ଅନୁମତିକୁ ଗୋଆ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସରକାର ପୂର୍ବରୁ ଅନୁମତି ଦେଇଥିଲେ।
ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା। ଶୁକ୍ରବାର ଦିନ କଂଗ୍ରେସ ମଧ୍ୟ ବିରୋଧ ପ୍ରଦର୍ଶନ କରିଥିଲା। ଯାହା ଫଳରେ ଗୋଆ ସରକାରଙ୍କୁ ଆୟୋଜକମାନଙ୍କୁ ଦିଆଯାଇଥିବା ଅନୁମତି ବାତିଲ କରିବାକୁ ପଡ଼ିଥିଲା।
ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ମନୋହର ଅଜଗାଓଁକର କହିଛନ୍ତି ଯେ ସନ୍ବର୍ନ ୨୦୨୦ର ଆୟୋଜକମାନଙ୍କୁ ଦିଆଯାଇଥିବା ଅନୁମତି ପ୍ରତ୍ୟାହାର କରିବାକୁ ବିଭାଗ ନିଷ୍ପତ୍ତି ନେଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।
Comments are closed.