Latest Odisha News

ପାକ କ୍ରିକେଟରଙ୍କୁ ଚିଅର କରିବା ମହଙ୍ଗା ପଡିଲା, କାନ ଧରି କ୍ଷମା ମାଗିଲେ, ଭାରତ ମାତୀ କୀ ଜୟ କହିଲେ

ପାଣାଜୀ: କିଛି ଦିନ ତଳେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ଗୋଆର ଜଣେ ବ୍ୟକ୍ତି ପାକିସ୍ତାନ କ୍ରିକେଟ ଟିମ ପାଇଁ ଚିଅର  କରୁଥିବା ଦେଖିବାକୁ ମିଳିଥିଲା । ହେଲେ ଏପରି ଚିଅର ଅପ କରିବା ତାଙ୍କୁ ମହଙ୍ଗା ପଡିଛି । ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ସମସ୍ତଙ୍କ ସାମ୍ନାରେ କ୍ଷମା ମାଗିବାକୁ ପଡିଥିଲା । ସେତିକି ନୁହେଁ, ସଂପୃକ୍ତ ବ୍ୟକ୍ତିଙ୍କୁ ଭାରତ ମାତ କୀ ଜୟ ନାରା ଲଗାଇବାକୁ ମଧ୍ୟ ପଡିଥିଲା ।

ମିଳିଥିବା ସୂଚନା ଅନୁସାରେ, ସୋସିଆଲ ମିଡିଆରେ ଏହି ଭିଡିଓକୁ ଜଣେ ଟ୍ରାଭେଲ ବ୍ଲଗର ଅପଲୋଡ କରିଥିଲେ । ଭିଡିଓରେ ଦେଖିବାକୁ ମିଳିଥିଲା, ଉତ୍ତର ଗୋଆର କେଲଂଗଟରେ ଜଣେ ଦୋକାନୀ କ୍ରିକେଟ ମ୍ୟାଚବେଳେ ପାକିସ୍ତାନକୁ ସମର୍ଥନ ଦେବା ସହ ପାକ ଖେଳାଳିଙ୍କୁ ଚିଅର ଅପ କରୁଥିଲେ । ଭିଡିଓରୁ ଯାହା ଜାଣିବାକୁ ମିଳୁଛି, ମ୍ୟାଚଟି ପାକିସ୍ତାନ-ନ୍ୟୁଜଲାଣ୍ଡ ମଧ୍ୟରେ ଚାଲିଥିଲା । ପରେ ଦେଖାଯାଇଛି ସଂପୃକ୍ତ ବ୍ଲଗର ଉକ୍ତ ବ୍ୟକ୍ତଙ୍କ ସହ କିଛି କଥାବାର୍ତ୍ତା ବି ହେଉଛନ୍ତି ।

ବ୍ଲଗର ତାଙ୍କୁ ପଚାରୁଛନ୍ତି, କିଏ ଖେଳୁଛନ୍ତି ?  ଆପଣ କ’ଣ ନ୍ୟୁଜଲାଣ୍ଡ ପାଇଁ ଚିଅର କରୁଛନ୍ତି ?  ସେ କହୁଛନ୍ତି, ନାଁ ପାକିସ୍ତାନ ପାଇଁ ଚିଅର କରୁଛି । ଏହି ଘଟଣା ଫେବ୍ରୁଆରୀ ୨୩ ତାରିଖର । ଏହି ଭିଡଓ ଭାଇରାଲ ହେବା ପରେ ସ୍ଥାନୀୟ ଲୋକେ ଏକଜୁଟ ହୋଇ ଦୋକାନଙ୍କୁ ଏ ସମ୍ପର୍କରେ ଜେରା କରିଥିଲେ । ଏହାର ଭିଡିଓ ବି ସୋସିଆଲ ମିଡିଆରେ ସେୟାର କରାଯାଇଛି ।

ପରେ ଦୋକାନୀ ପାକ ଖେଳାଳିଙ୍କୁ ସମର୍ଥନ ଦେଇଥିବାରୁ ଦେଶବାସୀଙ୍କୁ କ୍ଷମା ମାଗୁଥିବା ଭିଡିଓରେ ଦେଖିବାକୁ ମିଳିଛି । ସେତିକି ନୁହେଁ, ଭିଡିଓରେ ସେ ଆଣ୍ଠେଇ ଆଣ୍ଠେଇ ଏବଂ କାନ ଧରି କ୍ଷମା ମାଗୁଥିବା ଦେଖିବାକୁ ମିଳିଛି । ଦୋକାନୀ ଜଣକ ଭାରତ ମାତା କୀ ଜୟ କହୁଥିବା ବି ଦେଖିବାକୁ ମିଳିଛି ।

ଏ ନେଇ କୌଣସି ମାମଲ ଥାନାରେ ଦାଏର କରାଯାଇ ନାହିଁ ।

Leave A Reply

Your email address will not be published.