Latest Odisha News

BREAKING NEWS

ପୁଣି ବିବାଦରେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି

ମୁମ୍ବାଇ: ବଲିଉଡରେ ନିଜର ଅଭିନୟର ଯାଦୁରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ନୱାଜୁଦ୍ଦିନ ସିଦ୍ଦିକି ଏବେ ନିଜ ବୈବାହିକ ଜୀବନକୁ ନେଇ ବିବାଦରେ । କିଛିଦିନ ପୂର୍ବେ ତାଙ୍କ ବିରୋଧରେ ତାଙ୍କ ପତ୍ନୀ ଆଲିଆ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ । ତେବେ ପୁଣି ଏକ ଭିଡିଓ ମାଧ୍ୟମରେ ଆଲିଆ କହିଛନ୍ତି ଯେ ନୱାଜୁଦ୍ଦିନ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ଏ ନେଇ ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର୍‌ କରିଛନ୍ତି।

ଭିଡିଓରେ ଆଲିଆ କହିଛନ୍ତି ଯେ, ନୱାଜୁଦ୍ଦିନ ନିଜ ସାମର୍ଥ୍ୟ ବଳରେ ମାଆଠାରୁ ଛୁଆକୁ ଛଡ଼ାଇନେବାକୁ ଚେଷ୍ଟା କେରୁଛନ୍ତି । ଆହୁରି ମଧ୍ୟ କହିଛନ୍ତି, ‘ପିଲାର ଡାଇପର୍‌ କେତେ ଟଙ୍କାରେ ଆସେ ତାହା ବି ତମେ ଜାଣନି। କେଉଁ ବୟସରେ ପିଲା କେଉଁ ପୋଷାକ ପିନ୍ଧନ୍ତି ତାହାର ବି ଜ୍ଞାନ ତମର ନାହିଁ। ଆଜି ନିଜର ସାମର୍ଥ୍ୟ ବଳ‌ରେ ଜଣେ ମାଆଠାରୁ ପିଲାକୁ ଅଲଗା କରିବାକୁ ଚାହୁଁଛ?

ମୁଁ ତ ସବୁବେଳେ ତମକୁ ମୋ ସ୍ୱାମୀ ବୋଲି ମାନିଛି । ମୋ ଜୀବନର ସବୁଠାରୁ ମୂଲ୍ୟବାନ ସମୟ ମୁଁ ତୁମକୁ ଦେଇଛି। ଯେତେବେଳେ ଆଜି ମୁଁ ୪୦ ବର୍ଷ ବୟସରେ ଆର୍ଥିକ ସମସ୍ୟା ଦେଇ ଗତି କରୁଛି। ଏହି ସମୟରେ ତମେ ମୋ ପିଲାକୁ ମୋ ଠାରୁ ଅଲଗା କରିବାକୁ ଚାହୁଁଛ?’ ଆଲିଆ ଭିଡିଓରେ ଏହା କହିବା ସହ କ୍ୟାପସନରେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିବା କଥା ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.