Latest Odisha News

BREAKING NEWS

କୋବି ମଂଚୁରିଆନ ଗୋଆରେ ଏବେ ମନା

ପାଣାଜି: ଗୋଆରେ କୋବି ମଂଚୁରିଆନ ବିକ୍ରି ଉପରେ କଟକଣା ଲଗାଯାଇଛି । ସେଠାକାର ପାର୍ଷଦ ତାରକ ଆରୋଲକର ଅଭିଯୋଗ କରିଥିଲେ ଯେ, ଏହି ମଂଚୁରିଆନରେ ସିନ୍ଥେଟିକ ରଙ୍ଗର ବ୍ୟବହାର କରାଯାଉଛି ଯାହା କି ସ୍ୱାସ୍ଥ୍ୟ ପକ୍ଷେ ଖରାପ । ଏହା ବ୍ୟତୀତ ବିକ୍ରେତାମାନେ ମଧ୍ୟ ପରିସ୍କାର ପରିଚ୍ଛନ୍ନ ପ୍ରତି ଧ୍ୟାନ ଦେଉ ନାହାନ୍ତି ବୋଲି ସେ କହିଥିଲେ । ଯଦି ସେମାନେ ଷ୍ଟଲ ଲଗାଇବେ ତେବେ କୋବି ମଂଚୁରିଆନ ବିକ୍ରି କରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରୀ କରାଯାଇଛି । ତେବେ ଏଫଡିଏର ଜଣେ ବରିଷ୍ଠ ଖାଦ୍ୟ ସୁରକ୍ଷା ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଆମେ ଗୁଣବତା ପ୍ରତି ଧ୍ୟାନ ଦେଉଛି । କୌଣସି ଖାଦ୍ୟ ଉପରେ କଟକଣା ଲଗା ଯାଇ ନାହିଁ ।

ବିକ୍ରେତାମାନଙ୍କ କହିବା ଅନୁସାରେ କିଛି ଅସାଧୂ ବ୍ୟକ୍ତିଙ୍କ ବଦଳରେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଠିକ ନୁହେଁ । କୋବି ମଂଚୁରିଆନରେ କପଡା ଧୋଇବା ପାଇଁ ବ୍ୟବହାର କରାଯାଉଥିବା ଏକ ମାରାତ୍ମକ ରଙ୍ଗର ଉପଯୋଗ କରାଯାଉଥିଲା ।

Leave A Reply

Your email address will not be published.