Latest Odisha News

BREAKING NEWS

୨୦,୦୦୦ କୀଟରେ ଦେବୀ ପ୍ରତିମା : ତିଆରି କରିବାକୁ ଲାଗିଥିଲା ୬ ବର୍ଷ

ଜାପାନ: ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାସ୍କର୍ଯ୍ୟ ଦେଖିବାକୁ ମିଳିଥାଏ । ସେଥିମଧ୍ୟରୁ କିଛି ଭାସ୍କର୍ଯ୍ୟ ଆମକୁ ଆଶ୍ଚର୍ଯ୍ୟ ମଧ୍ୟ କରିଥାଏ । ତେବେ ଜାପାନରେ ଏମିତି କିଛି ଅଦ୍ଭୁଦ ଭାସ୍କର୍ଯ୍ୟ ଦେଖିବାକୁ ମିଳେ, ଯାହା ସମସ୍ତଙ୍କୁ ଚକିତ କରିଦିଏ । ୨୦ ହଜାର ବିଭିନ୍ନ ପ୍ରକାର କୀଟରେ ତିଆରି କରାଯାଇଛି ଏକ ଦେବୀ ପ୍ରତିମା, ଯାହା ସମସ୍ତଙ୍କ ଆଖିକୁ ଝଲସି ଦିଏ ।

ଜାପାନର ଗନ୍ମା ପ୍ରଦେଶ ଅନ୍ତର୍ଗତ ଇତାକୁରା ସହରସ୍ଥିତ ଏକ ଗୋଷ୍ଠୀ କେନ୍ଦ୍ରରେ ଏକ ଅଦ୍ଭୁତ ଭାସ୍କର୍ଯ୍ୟ ଶୋଭାପାଉଛି । ‘କୋଞ୍ଚୁ ସେଞ୍ଜୁ-କାନ୍ନନ’ ନାମକ ଏହି ମୂର୍ତ୍ତିଟି ବିଭିନ୍ନ ପ୍ରକାରର କୀଟରେ ନିର୍ମାଣ କରାଯାଇଛି । ଏହାକୁ ସ୍ଥାନୀୟ ଇତାକୁରା ବାସିନ୍ଦା ଇନାମୁରା ନାମକ ଜଣେ ବ୍ୟକ୍ତି ନିର୍ମାଣ କରିଛନ୍ତି । ସେ ବିଭିନ୍ନ ଜାତିର ଗୋବର ପୋକ ସଂଗ୍ରହ କରିବାରେ ରୁଚି ରଖନ୍ତି । ତେଣୁ ସେ ପ୍ରାୟ ୨୦ ହଜାରରୁ ଅଧିକ ମଲା ପୋକଙ୍କ ଖୋଳରେ ଏହି ପ୍ରତିମାଙ୍କୁ ଗଢିଛନ୍ତି । ଏଥିଲାଗି ତାଙ୍କୁ ୬ ବର୍ଷ ସମୟ ଲାଗିଥିଲା ।

ଏହି ମୂର୍ତ୍ତିଟି ମଲା ଗୋବର ପୋକମାନଙ୍କୁ ନେଇ ନିର୍ମାଣ କରାଯାଇଛି । ଏହି ମୂର୍ତ୍ତିଟିର ମଥାରେ ଗୁଞ୍ଜର ପୋକମାନଙ୍କ ଖୋଳର ଏକ ଜାଜ୍ଜ୍ୱଲ୍ୟମାନ ପଟି ରହିଛି । ସେହିପରି କପାଳରେ କାଠପୋକ ଖୋଳର ଏକ ମୁକୁଟ ଲାଗିଛି । ପୁଣି ଉକ୍ତ ଦେବୀ ପ୍ରତିମା ବୁଢ଼ିଆଣୀ, ମାଙ୍କଡ଼ସାମାନଙ୍କ ଏକ ସିଂହାସନ ଉପରେ ବସିଛନ୍ତି, ଯେଉଁଥିରୁ ସବୁ ଦିଗକୁ ଭଅଁର ପୋକର ଶୁଣ୍ଢ ବାହାରିଛି । ତାଙ୍କ ପାଦ ତଳେ ମାଟି ଗୁଞ୍ଜରମାନଙ୍କର ଏକ ଆସ୍ଥାନ ରହିଛି ।

ଜାପାନର ଗ୍ରାମାଞ୍ଚଳରେ ବିଭିନ୍ନ ପ୍ରଜାତିର ଗୋବର ପୋକ ଦେଖାଯାଆନ୍ତିା ଏହାକୁ ଲୋକେ ସଂଗ୍ରହ କରିବାର ଏକ ପରମ୍ପରା ରହିଛି । ତେବେ ସେମାନଙ୍କ ଭିତରୁ ନିଜର ସ୍ୱଚ୍ଛ ସବୁଜ ଖୋଳ ଉପରେ ଇନ୍ଦ୍ରଧନୁର ବର୍ଣ୍ଣାଳି ସୃଷ୍ଟି କରିପାରୁଥିବା ଗୁଞ୍ଜର ପୋକମାନଙ୍କର ଚାହିଦା ବେଶୀ । ଏହି ବିରଳ ପୋକ ଜାପାନରେ ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ହୋରୟୁଜି ବୌଦ୍ଧମନ୍ଦିରର କ୍ଷୁଦ୍ର ପ୍ରତିକୃତି ତାମାମୁସି ପୀଠ ନିର୍ମାଣରେ ବ୍ୟବହୃତ ହୋଇଛି । ଏଥିରେ ଉତ୍ସାହିତ ହୋଇ ଇନାମୁରା ଉକ୍ତ ପ୍ରତିମା ଗଢବାରେ ସଫଳ ହୋଇଛନ୍ତିି ।

Leave A Reply

Your email address will not be published.