Latest Odisha News

ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପ: ସେମିରେ ଅନ୍ତିମ

ବେଲଗ୍ରେଡ: ଭାରତର ଯୁବ ରେସଲର ଅନ୍ତିମ ପଙ୍ଘଲ ସର୍ବିୟାରେ ଅନୁଷ୍ଠିତ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ବୁଧବାର ସେ ବିଶ୍ୱ ଚାମ୍ପିୟନ ଓଲଭିୟା ଡୋମିନିକଙ୍କୁ ୩-୨ରେ ହରାଇଛନ୍ତି । ପ୍ରଥମେ ଆମେରିକୀୟ ରେସଲର ୨-୦ରେ ଅଗ୍ରଣୀ ରହିଥିଲେ । ମାତ୍ର ଏହା ପରେ ଅନ୍ତିମ ଚମତ୍କାର ପ୍ରତ୍ୟାବର୍ତନ କରି ମୁକାବିଲାକୁ ହାତମୁଠାକୁ ନେଇ ଆସିଥିଲେ । ଦ୍ୱିତୀୟ ରାଉଣ୍ଡରେ ଅନ୍ତିମ ପୋଲାଣ୍ଡର ରୋକ୍ସନା ଜାସିନାଙ୍କୁ ୧୦-୦ରେ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ କରିଥିଲେ । ରୁଷର ନାଟାଲିୟା ମାଲ୍ୟଶେଭାଙ୍କୁ ୯-୬ରେ ହରାଇ ସେ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।

ସେମିରେ ସେ ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭେନେସା କଲାଡାଜିସ୍କାୟଙ୍କୁ ଭେଟିବେ । ଅଲିମ୍ପିକ କୋଟା ହାସଲ କରିବା ପାଇଁ ତାଙ୍କୁ ଆଉ ଗୋଟିଏ ବିଜୟର ଆବଶ୍ୟକତା ରହିଛି । ଭାରତର ୫ ରେସଲର ଓ ୧୦ ପୁରୁଷ ଫ୍ରି ଷ୍ଟାଇଲ ଇଭେଂଟରୁ ବିଦାୟ ନେଇ ସାରିଛନ୍ତି । ସେମାନେ ଅଲିମ୍ପିକ କୋଟା ହାସଲ କରି ନ ପାରି ନିରାଶ କରିଛନ୍ତି ।

Leave A Reply

Your email address will not be published.