Latest Odisha News

BREAKING NEWS

ସଭିଁଙ୍କୁ ଛାଡି ଚାଲିଯାଉଛି: ସିମରନଙ୍କ ଶେଷ ମେସେଜ

ସମ୍ବଲପୁର : ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ସିମରନ୍ ମୃତ୍ୟୁ ଘଟଣାରେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ହେବା ପରେ ଏ ମାମଲା ଆଜି ନୂଆ ମୋଡ ନେଇଛି । ସିମରନଙ୍କ ଏକ ଭଏସ୍ ମେସେଜ୍ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଅନ୍ୟପକ୍ଷରେ ମୃତ୍ୟୁ ପୂର୍ବରୁ ସିମରନ୍ ତାଙ୍କ ପୁରୁଷ ବନ୍ଧୁଙ୍କ ପାଖକୁ ପଠାଇଥିବା ଏହି ଭଏସ୍ ମେସେଜ୍ରେ ସେ ମାନସିକ ଭାବେ ଭାଙ୍ଗି ପଡ଼ିଥିବା କଥା କହିଛନ୍ତି।

ଏହି କାରଣରୁ ସେ ସମସ୍ତଙ୍କ ଠାରୁ ଦୂରେଇ ଚାଲି ଯାଉଥିବା ନେଇ ଏହି ଅଡିଓ ଭଏସ୍ ମେସେଜରୁ ଜଣାପଡିଛି ।

“ମୁଁ ମାନସିକ ଭାବେ ଖୁବ୍ ଭାଙ୍ଗିପଡିଛି ଆଉ ତୁମ ସହିତ ମଧ୍ୟ ରହିଥାନ୍ତି । ମୋତେ ତୁମ ଘରକୁ ନେଇଯିବା ପାଇଁ ଥରେ କହିଥିଲ, ଆମ ସମ୍ପର୍କ ବଞ୍ଚାଇବା ତୁମେ ଟିକେ ଚେଷ୍ଟା କରିଥାଅନ୍ତ, ଖୁସିରେ ରୁହ । ମୁଁ ନିଜ ପରିବାରକୁ ଛାଡି ସମସ୍ତଙ୍କ ଠାରୁ ବହୁତ ଦୂରକୁ ଚାଲିଯାଉଛି” ।

ଏହିଭଳି ହୃଦୟ ବିଦାରକ ଭଏସ୍ ମେସେଜ୍ ସିମରନଙ୍କ ଭାଇରାଲ୍ ହେବାରେ ଲାଗିଛି । ସିମ୍ରନଙ୍କ ମୃତଦେହ ଗୁରୁବାର ଦିନଗୋଇରା ମଠ ନିକଟ ମହାନଦୀ ପୋଲ ତଳୁ ମିଳିଥିଲା।

Leave A Reply

Your email address will not be published.