Latest Odisha News

BREAKING NEWS

କେନ୍ଦ୍ରାପଡ଼ା ଡଙ୍ଗା ବୁଡ଼ି ଘଟଣା: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଡଙ୍ଗା ବୁଡ଼ି ଘଟଣାର ଦୁଇ ଦିନ ପରେ ଓଡ୍ରାଫ୍ ଟିମ୍ ଶୁକ୍ରବାର ଜଣେ ୬ ବର୍ଷର ନାବାଳିକାର ମୃତଦେହ ଉଦ୍ଧାର କରିଛି।

ମୃତ ନାବାଳିକାର ନାମ ଶୁଭସ୍ମିତା ସ୍ୱାଇଁ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ ପୂର୍ବରୁ ୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ସମ୍ପୃକ୍ତ ନାବାଳିକାଙ୍କ ମୃତଦେହ ଉଦ୍ଧାର ପରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।

ମୃତକମାନେ ହେଲେ ପ୍ରଭାତୀ ସ୍ୱାଇଁ, ସୋନାକ୍ଷୀ ଦଳାଇ (୩), ସୁଶ୍ରୀ ପଲ୍ଲବୀ ସ୍ୱାଇଁ (୫), ଅନୁପମା ତରାଇ(୩୦), ପ୍ରଭାଞ୍ଜନ ତରାଇ (୪), ଦେବାଶିଷ ସାହୁ (୧୦), ଦେବସ୍ମିତା ପାଣୀ (୬), ରୋଜାଲିନ ସାହୁ (୧୪) ଏବଂ ଧନୁ ସାହୁ (୧୦) ।

ଉଲ୍ଲେଖଯୋଗ୍ୟ ପ୍ରାୟ ୪୦ ରୁ ୪୫ ଜଣ ବ୍ୟକ୍ତି, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ମଙ୍ଗରାଜପୁରରୁ କେନ୍ଦ୍ରାପଡ଼ାର ହୁକିଟୋଲା ଲାଇଟ୍ ହାଉସ ପରିଦର୍ଶନରେ ଯାଉଥିଲେ । ଏହି ଯାତ୍ରୀମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଛୋଟ ଛୋଟ ପିଲାମାନେ ଥିଲେ।

ପିକନିକ୍ ସାରି ଫେରୁଥିବା ବେଳେ ବାଲିଘାଟ ନିକଟସ୍ଥ ନେପଣିଆ ନିକଟ ମହାନଦୀର ଗଭୀର ଜଳରେ ଦେଶୀ ଡ଼ଙ୍ଗାଟି ନିୟନ୍ତ୍ରଣ ହରାଇ ବୁଡ଼ି ଯାଇଥିଲା । ଏକ ମାଛଧରା ଡ଼ଙ୍ଗା ଏହି ଦୁର୍ଘଟଣାସ୍ଥଳୀ ନିକଟଦେଇ ଯାଉଥିବା ବେଳେ ଧୀବରମାନେ ପ୍ରାୟ ୩୦ ଜଣ ବ୍ୟକ୍ତିଙ୍କୁ ଗଭୀର ଜଳରୁ ନିଶ୍ଚିତ ମୃତ୍ୟୁମୁଖରୁ ଉଦ୍ଧାର କରିପାରିଛନ୍ତି ।

Leave A Reply

Your email address will not be published.