Latest Odisha News

BREAKING NEWS

ପୁଣି ରିମାଣ୍ଡରେ ପାଠକ ବାପା-ପୁଅ

ବ୍ରହ୍ମପୁର: ପୁଣି ପୋଲିସ ରିମାଣ୍ଡରେ ଗଲେ ପାଠକ ବାପା-ପୁଅ । ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇଛି ଗୋଳନ୍ଥରା ଥାନା ପୋଲିସ । ବ୍ରହ୍ମପୁର ମଣ୍ଡଳ କାରାଗାରରୁ ସେମାନଙ୍କୁ ନେଇଛି ପୋଲିସ । ୩ଟି ଠକେଇ ମାମଲାରେ ଉଭୟଙ୍କୁ ପଚରାଉଚରା କରାଯିବ ।

ଦୁଇ ଜଣଙ୍କୁ ରିମାଣ୍ଡରେ ନେବା ପାଇଁ ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟରେ ଆବେଦନ ହୋଇଥିଲା । ଅନୁମତି ମିଳିବା ପରେ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ ବାପା-ପୁଅ । ଭିଜିଲାନ୍‌ସ ମାମଲାରେ ଉଭୟଙ୍କୁ ଜାମିନ୍‌ ମିଳିଛି । କିନ୍ତୁ କ୍ରାଇମବ୍ରାଞ୍ଚ ମାମଲା ଏବେବି ବିଚାରଧୀନ ରହିଛି ।

Leave A Reply

Your email address will not be published.