ବାଲେଶ୍ବର : ବାଲେଶ୍ବରରେ ମାତିଛନ୍ତି ଲୁଟେରା । ବାହାନଗା ବ୍ଲକ ତଳକୁରୁଣିଆ ଛକରୁ ମହିଳାଙ୍କ ବେକରୁ ସୁନାଚେନ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମହିଳା ଜଣକ ସ୍କୁଟିରେ ଯାଉଥିବା ବେଳେ ଦୁଇ ଜଣ ତାଙ୍କୁ ଅଟକାଇଥିଲେ । ପରେ ଛୁରୀ ଦେଖାଇ ଭୟଭୀତ କରି ମହିଳାଙ୍କ ବେକରୁ ସୁନା ଚେନ ଛିଡ଼ାଇ ନେଇ ପଳାଇ ପଳାଇଥିଲେ । ତେବେ ମହିଳା ଜଣଙ୍କ ପାଟି କରିବାରୁ ସ୍ଥାନୀୟ ଲୋକେ ୨ ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ କରିଥିଲେ । ହେଲେ ଏହି ଦୁର୍ବୃତ୍ତମାନେ ନରହିବାରୁ ସେମାନଙ୍କ ଉପରକୁ ଗରମ ଚା’ ଫିଙ୍ଗିଥିଲେ ଲୋକେ । ପରେ ଦୁର୍ବୃତ୍ତମାନେ ମୋଟର ସାଇକେଲ ସହ ପଡ଼ିଯାଇଥିଲେ । ଆଉ ଧରାପଡ଼ିଯିବା ଭୟରେ ଫାଙ୍କା ଗୁଳି ଚଳାଇଥିଲେ ଲୁଟେରା । ଏହାପରେ ଗାଡି ଛାଡି ବିଲ ଭିତରେ ଦୌଡି ପଳାଇଥିଲେ ଲୁଟେରା । ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକକୁ ଜବତ କରିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ବୃତ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ।
BREAKING NEWS
- Suspicious Drones: ଏଲଓସି ଏବଂ ଅନ୍ତର୍ଜାତୀୟ ସୀମାରେ ଦେଖାଗଲା ସନ୍ଦେହଜନକ ପାକିସ୍ତାନୀ ଡ୍ରୋନ୍, ସତର୍କ ରହିଛନ୍ତି ସୁରକ୍ଷା ବାହିନୀ
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
Comments are closed.