ବାଲେଶ୍ବର : ବାଲେଶ୍ବରରେ ମାତିଛନ୍ତି ଲୁଟେରା । ବାହାନଗା ବ୍ଲକ ତଳକୁରୁଣିଆ ଛକରୁ ମହିଳାଙ୍କ ବେକରୁ ସୁନାଚେନ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମହିଳା ଜଣକ ସ୍କୁଟିରେ ଯାଉଥିବା ବେଳେ ଦୁଇ ଜଣ ତାଙ୍କୁ ଅଟକାଇଥିଲେ । ପରେ ଛୁରୀ ଦେଖାଇ ଭୟଭୀତ କରି ମହିଳାଙ୍କ ବେକରୁ ସୁନା ଚେନ ଛିଡ଼ାଇ ନେଇ ପଳାଇ ପଳାଇଥିଲେ । ତେବେ ମହିଳା ଜଣଙ୍କ ପାଟି କରିବାରୁ ସ୍ଥାନୀୟ ଲୋକେ ୨ ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ କରିଥିଲେ । ହେଲେ ଏହି ଦୁର୍ବୃତ୍ତମାନେ ନରହିବାରୁ ସେମାନଙ୍କ ଉପରକୁ ଗରମ ଚା’ ଫିଙ୍ଗିଥିଲେ ଲୋକେ । ପରେ ଦୁର୍ବୃତ୍ତମାନେ ମୋଟର ସାଇକେଲ ସହ ପଡ଼ିଯାଇଥିଲେ । ଆଉ ଧରାପଡ଼ିଯିବା ଭୟରେ ଫାଙ୍କା ଗୁଳି ଚଳାଇଥିଲେ ଲୁଟେରା । ଏହାପରେ ଗାଡି ଛାଡି ବିଲ ଭିତରେ ଦୌଡି ପଳାଇଥିଲେ ଲୁଟେରା । ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକକୁ ଜବତ କରିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ବୃତ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ।
BREAKING NEWS
- BJD Suspend: ମଞ୍ଜୁଲତା ଓ ମୁକ୍ତିକାନ୍ତ ବିଜେଡିରୁ ସସ୍ପେଣ୍ଡ୍
- ଅଶ୍ୱିନୀ କୁମାର ମିଶ୍ରଙ୍କୁ ବିଷୁବ ପୁରସ୍କାର ଓ ଏହିମାନେ ପାଇବେ ‘ଝଙ୍କାର’ ପୁରସ୍କାର
- Terror network:ଆତଙ୍କବାଦୀ ମଡ୍ୟୁଲ୍ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ;ପାକିସ୍ତାନ ସହ ଜଡିତ ୨ଅସ୍ତ୍ରଶସ୍ତ୍ର ଚୋରାଚାଲାଣକାରୀ ଗିରଫ
- ଆଇପିଏଲରୁ ଅବସର କାହିଁକି ନେଲେ କହିଲେ ଅଶ୍ୱୀନ
- ଟି୨୦: ଟିମ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ୮ ଓପନରଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦ୍ୱିତା
- ଉତ୍କଳିକା – କୋଚିନ ଓଡ଼ିଆ ସଂଘ ଦ୍ୱାରା ୧୬ତମ ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ପାଳିତ
- ସିଙ୍ଗାପୁରରେ ପାଳିତ ହେଲା ଉତ୍କଳ ଦିବସ ୨୦୨୬, ମନମୁଗ୍ଧ କଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ
- ବାହାର ରାଜ୍ୟର ପୁରୁଣା ବାଣିଜ୍ୟିକ ଗାଡ଼ି ମନା
- LPG ପରି PNG ମଧ୍ୟ ଆମଦାନୀ ଏବଂ ରପ୍ତାନି କରାଯାଇପାରେ କି?
- ରାହୁଲଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?
Comments are closed.