Latest Odisha News

BREAKING NEWS

ପାରା ଅଲିମ୍ପିକ୍ସ: ୧୧ତମ ଦିନ ଆରମ୍ଭରୁ ଭାରତ ପାଇଁ ସୁନା, ରୂପା ଜିତିଲେ ମନୀଷ, ସିଂହରାଜ

ଟୋକିଓ: ପାରା ଅଲିମ୍ପିକ୍ସର ୧୧ତମ ଦିନ ଆରମ୍ଭରୁ ଭାରତକୁ ଡବଲ ସଫଳତା ମିଳିଛି । ଶୁଟିଂ ଏସଏଚ-୧ କାଟାଗୋରିର ୫୦ ମିଟର ଏୟାର ପିସ୍ତଲ ଇଭେଂଟରେ ମନୀଷ ନରୱାଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସିଂହରାଜ ଅଧାନା ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି । ଫାଇନାଲରେ ମନୀଷ ୨୦୯ ଓ ସିଂହରାଜ ୨୦୭ ସ୍କୋର କରିଥିଲେ ।

ସେମିଫାଇନାଲରେ ପ୍ରମୋଦ ଜାପାନର ଫୁଜିହାରା ଡାଇସୁକେ ଓ ସୁହାସ ଇଣ୍ଡୋନେସିଆର ଫ୍ରେଡି ସୋତିୟାୱାନଙ୍କୁ ପରାସ୍ତ କରିଥିଲେ । ବ୍ୟାଡମିଂଟନ ଏସଏଲ-୪ରେ ନୋଏଡାର ଡିଏମ ସୁହାସ ଯତିରାଜ ଏବଂ ପ୍ରମୋଦ ଭାଗବତ ଏସଏଲ ଥ୍ରୀ ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ଆଉ ଦୁଇ ପଦକ ନିଶ୍ଚିତ କରିଛନ୍ତି ।

Leave A Reply

Your email address will not be published.